ବାରବଖରା ବିକାଶ ପ୍ରକଳ୍ପ ଲୋକାର୍ପିତ

Advertisment
ବାରବଖରା ବିକାଶ ପ୍ରକଳ୍ପ ଲୋକାର୍ପିତ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ପାଣ୍ଠିରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଦ୍ୱାରା କାର୍ଯ୍ୟାନ୍ୱିତ ବାରବଖରା ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟର ଉଦ୍‌ଘାଟନ ହୋଇଛି। ଏହି ପ୍ରକଳ୍ପ ପାଇଁ ୭୫.୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ଗାଈସିଲାଟ୍‌ ବ୍ଲକ୍‌ର ବୁରୋମୁଣ୍ଡା ଲୋକକଳା ଗ୍ରାମର ବିକାଶ, କଟାବାହାଲ ପର୍ଯ୍ୟଟନସ୍ଥଳୀର ବିକାଶ, ଭେଡ଼େନ ବ୍ଲକ ଜାଣ୍ଡୋଲ କମ୍ୟୁନିଟି ହଲ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉପରୋକ୍ତ ପ୍ରକଳ୍ପ ପାଇଁ ୧.୦୯ କୋଟି ଟଙ୍କା ଡବ୍ଲୁଓଡିସି ପାଣ୍ଠିରୁ ଖର୍ଚ୍ଚ ହେବ। ଏହି ଅବସରରେ ବରଗଡ଼ ଓସ୍ୱାନ ହଲ୍‌ଠାରେ ମନ୍ତ୍ରୀ ରୀତା ସାହୁ, ଜିଲ୍ଲା ପରିଷଦ ଅଧକ୍ଷା ମାନିନୀ ଭୋଇ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ, କଳାଗ୍ରାମର କଳାକାର, ଜନପ୍ରତିନିଧି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe