ବରେଇପାଲି ଧୋବି ଜୋର ନାଳ ଅବରୋଧ ପ୍ରସଂଗ: ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ଦାବି କଲେ ସ୍ଥାନୀୟ ବାସିନ୍ଦା

Advertisment
ବରେଇପାଲି ଧୋବି ଜୋର ନାଳ ଅବରୋଧ ପ୍ରସଂଗ: ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ଦାବି କଲେ ସ୍ଥାନୀୟ ବାସିନ୍ଦା

ସମ୍ବଲପୁର : ବରେଇପାଲି ରାଜପଥ ସଂଲଗ୍ନ ଧୋବି ଜୋର ନାଳ ଅବରୋଧ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଜାରି ରହିଛି। ବୁଧବାର ଏନେଇ ତହସିଲଦାର, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଅଧିକାରୀ ଓ ନାଳ ଅବରୋଧ କରୁଥିବା ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ହୋଇଥିଲେ ବି କୌଣସି ସମାଧାନର ପନ୍ଥା ବାହାରି ନାହିଁ। ଗୁରୁବାର ପୁଣି ଜଣେ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ମାପଚୁପ କରିବେ ବୋଲି ଜଣା ପଡ଼ିଛି।

ଅପରପକ୍ଷରେ ସଂପୃକ୍ତ ବ୍ୟକ୍ତି ନାଳ ଅବରୋଧ କରି କାନ୍ଥ ନିର୍ମାଣ ଜାରି ରଖିଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ ବନ୍ଦ କରିବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ କହିବାକୁ ସ୍ଥାନୀୟ ଲୋକେ ଅଇଁଠାପାଲି ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଧୋବିଜୋର ନାଳକୁ ତାର ଉତ୍ପତ୍ତି ସ୍ଥଳରେ ଏଭଳି ଅବରୋଧ କଲେ ବର୍ଷା ଦିନେ ବରେଇପାଲି ଅନ୍ତର୍ଗତ ଗ୍ରେଟର୍‌ ସମ୍ବଲପୁର, ବଂଶୀଧର ନଗର, ଜେଏମ୍‌ଜେ ଡାକ୍ତରଖାନା, ମଖନାପଡ଼ା, ତେତେଲପଡ଼ା, ଡେଙ୍ଗସର୍‌ଗି ଆଦି ଏକ ବଡ଼ ଅଞ୍ଚଳ ଜଳମଗ୍ନ ହେବ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe