ବରଗଡ଼ : ଚଳିତ ମାସ ୨୦ ତାରିଖରୁ ସ୍ଥାନୀୟ ଜର୍ଜ ହାଇସ୍କୁଲ ଖେଳ ପଡ଼ିଆଠାରେ ବରଗଡ଼ ପୁସ୍ତକ ମେଳା ଆରମ୍ଭ ହେବ। ମେଳା ୨୯ ତାରିଖ ଯାଏ ଚାଲିବ। ଏ ନେଇ ଗାନ୍ଧୀ ଭବନ ଠାରେ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ତଥା ପୂର୍ବତନ ବିଧାୟକ ବିମ୍ବାଧର କୁଁଅରଙ୍କ ସଭାପତିତ୍ଵରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ବସିଛି। ଉଦଯାପନୀ ଉତ୍ସବରେ ଅତିଥି ବକ୍ତା ଭାବରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ଯୋଗ ଦେବେ। ପ୍ରତି ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ଆଲୋଚନାଚକ୍ର, ହସ୍ୟକବି ସମ୍ମାଳନୀ ଆୟୋଜନ ହେବ। ବୈଠକରେ ଉପସଭାପତି ପ୍ରଦୀପ ହୋତା, ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା, କୋଷାଧ୍ୟକ୍ଷ ଅନୁପ ଦର୍ଜି, ସହସମ୍ପାଦକ ହୃଷୀକେଶ ଦାଶ, ସଦସ୍ୟ ମନୋରଞ୍ଜନ ସାହୁ, ଅଶୋକ ଯୋଶୀ, ପତିତପାବନ ସାହୁ, ଗୋରୀଶଙ୍କର ପଣ୍ଡା, ରବି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ।
୨୦ରୁ ବରଗଡ଼ ପୁସ୍ତକ ମେଳା
Advertisment
Follow Us