ବରଗଡ଼ ପୁସ୍ତକ ମେଳା ଉଦ୍‌ଘାଟିତ 

Advertisment
ବରଗଡ଼ ପୁସ୍ତକ ମେଳା ଉଦ୍‌ଘାଟିତ 

ବରଗଡ଼: ଭାଷା ହିଁ ସମାଜର ପ୍ରଥ ପ୍ରଦର୍ଶକ। ମଣିଷ ଚେତନା ସାମାଜିକ ସଂସ୍କାର ଆଣିଥାଏ। ତେବେ ଭାଷା ହିଁ ଚେତନାର ମାର୍ଗଦର୍ଶକ ବୋଲି ଉନବିଂଶ ତମ ବରଗଡ଼  ପୁସ୍ତକ ମେଳା ଉଦଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ବିମ୍ବାଧର କୁଁଅରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥିମାନେ ପୁସ୍ତକ ମେଳା ମାଧ୍ୟମରେ ପାଠକଙ୍କ ପାଖରେ  ସାହିତ୍ୟ କୃତୀ ପହଞ୍ଚି ପାରେ ବୋଲି କହିଥିଲେ। ବରଗଡ଼ ପୁସ୍ତକମେଳାକୁ ଜାତୀୟ ତାଲିକାରେ ଅଗ୍ରଣୀ ବୋଲି ମତପ୍ରକାଶ ପାଇଛି। ବିଧାୟକ  ଦେବେଶ ଆଚାର୍ଯ୍ୟ ମେଳାର ଉଦ୍‌ଘାଟନ କରିଥିଲେ।

publive-image

ମୁଖ୍ୟଅତିଥି ସାଂସଦ ସୁରେଶ ପୂଜାରୀ, ମୁଖ୍ୟବକ୍ତା ସାହିତ୍ୟିକ ମଳୟ ମିଶ୍ର ଯୋଗ ଦେଇଥିଲେ। ପାଠାଗାରର ସମ୍ପାଦକ ବିକ୍ରମକେଶରୀ ପଣ୍ଡା ଅତିଥି ପରିଚୟ, ସଦସ୍ୟ ମନୋରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। ପୂର୍ବରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗର ଛାତ୍ରଛାତ୍ରୀ  ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।  ସୁର ମନ୍ଦିରର ଛାତ୍ରଛାତ୍ରୀ  ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ପାଠାଗାର ପକ୍ଷରୁ ଚଳିତ ବର୍ଷର ମେଧା ପୁରସ୍କାର ତଥା ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଡା. ଶଙ୍କର ରାମଚନ୍ଦାନୀ, ଲେଖକ ଓ ସାହିତ୍ୟିକ ତ୍ରିନାଥ ସାହୁ, ଔପନ୍ୟାସିକ ଧନପତି ମହାପାତ୍ର, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ  ଅଶୋକ ବହିଦାର ଓ  କମ୍ଭୁପାଣି ବିଶ୍ଵାଳଙ୍କୁ ଯଥାକ୍ରମେ ସ୍ଵର୍ଗତ ବାଲୁଙ୍କେଶ୍ୱର ସ୍ମୃତି ସମ୍ମାନ, ସ୍ଵର୍ଗତ ଗଙ୍ଗାଧର ମେହେର ସ୍ମୃତି ସମ୍ମାନ,ସ୍ଵର୍ଗତ ଦୟଲାଲ ଯୋଶୀ ସ୍ମୃତି ସମ୍ମାନ,  ବୁଦ୍ଧଦେବ ପ୍ରଧାନ ସ୍ମୃତି ସମ୍ମାନ ଓ ଡୋଳାମଣି ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ  ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe