ଆଜି ବରଗଡ଼ ବନ୍ଦ: ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ୩ ଗିରଫ

Advertisment

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ଚିକିତ୍ସାଧୀନ ଅଛନ୍ତି।

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ଚିକିତ୍ସାଧୀନ ଅଛନ୍ତି।

ffhffhhf

ବରଗଡ଼/ବୁର୍ଲା: ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିଜେପୁର ଥାନା ପୁଟକା ଗ୍ରାମର ସର୍ଜନ ଡନସେନା (୩୬) ଓ ପ୍ରହଲ୍ଲା ଦାସ (୩୩), ପଦ୍ମପୁର ଉପଖଣ୍ଡ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦)। ଅନ୍ୟପକ୍ଷରେ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ହୋଇନାହିଁ ବୋଲି ଭିମ୍‌ସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ଆଜି ସ୍ପଷ୍ଟ କରିଛନ୍ତି। ସେପ‌ଟେ ଏହି ଘଟଣାକୁ ନେଇ ବରଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆସନ୍ତାକାଲି ୨୧ ତାରିଖ ମଙ୍ଗଳବାର ଦିନ ବରଗଡ଼ ନାଗରିକ କମିଟି ବନ୍ଦ ଡାକରା ଦେଇଛି। ଏହାକୁ ବରଗଡ଼ର ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ ଏବଂ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ପୁଲିସ୍‌ ସୂଚନାନୁସାରେ, ୩ ଅଭିଯୁକ୍ତ ମାଷ୍ଟରମାଇଣ୍ଡ୍‌କୁ ସହାୟତା କରିଥିଲେ। ଆଜି ଏ ନେଇ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟ କହିଛନ୍ତି, ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଏହି ତିନି ଜଣ ସହାୟତା କରିଥିଲେ। ତେଣୁ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ବଛାବଛା ଅଧିକାରୀମାନଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ସେମାନେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ଚଢ଼ଉ କରୁଛନ୍ତି। ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଛି କି ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଡାକ୍ତରଙ୍କ ମେଡିକାଲ ରିପୋର୍ଟ ପୁଲିସ୍‌ର ହସ୍ତଗତ ହୋଇଛି। ସେଥିରେ ଦୁଷ୍କର୍ମ ହୋଇନଥିବା ଉଲ୍ଲେଖ ରହିଛି। 

ସୋମବାର ଯୁବତୀଙ୍କ ମେଡିକାଲ ରିପୋର୍ଟ ଆସିଛି। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍‌ ଟେଷ୍ଟ ଓ ସିଟିସ୍କାନ୍‌ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ ସର୍ଜରି, ଗାଇନାକୋଲୋଜି ଆଦି ବିଭାଗର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ସ୍ବାଭାବିକ ଭାବରେ କଥାବାର୍ତ୍ତା କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ମୁଣ୍ଡରେ ହୋଇଥିବା କ୍ଷତ ସ୍ଥାନର ସିଲେଇ ଖୋଲିବା ପରେ ଡିସ୍‌ଚାର୍ଜ କରାଯାଇ ପାରିବ। ମହିଳା ଡାକ୍ତରଙ୍କ ସହ ‘ସଖି-ୱାନ୍‌ଷ୍ଟପ୍‌ ସେଣ୍ଟର’ ପକ୍ଷରୁ କାଉନ୍‌ସେଲିଂ କରାଯାଉଛି ବୋଲି  ଭିମ୍‌ସାର ଅଧୀକ୍ଷକ ଡ‌ା.ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲା ପୁଲିସର ଜଣେ ଆଇପିଏସ ଅଧିକାରୀ, ଜଣେ ଏସଡିପିଓ ଓ ଜଣେ ଇନ୍ସପେକ୍ଟର ଆସି ମେଡିକାଲ ରିପୋର୍ଟ ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe