ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ : ଜାନୁଆରି ୧୧ରୁ ଧନୁଯାତ୍ରା

Advertisment
ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ : ଜାନୁଆରି ୧୧ରୁ ଧନୁଯାତ୍ରା

ବରଗଡ଼ : ୭୦ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ବଜ ବୁଧବାର ବର୍ଣ୍ଣାଢ଼୍ୟ ଭାବେ ସ୍ଥାପନ କରାଯାଇଛି। ଧାର୍ଯ୍ୟ ଲଗ୍ନ ମାର୍ଗଶିର ଶୁକ୍ଳପକ୍ଷ ପଞ୍ଚମୀ ତିଥି ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଦେବୀଙ୍କର ଧଣ୍ତାମାଳ ଧରି ଏକ ସା˚ସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସ୍ଥାନୀୟ ହାଟପଦା ସ୍ଥିତ ଧନୁଯାତ୍ରା ସ˚ଚାରମଣ୍ତଳୀ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ରାଜପୁରୋହିତ ଶିବଶ˚କର ଦାଶଙ୍କ ଦ୍ବାରା ଅଷ୍ଟକଳା ନାଗ ପୂଜା ସମ୍ପନ୍ନ ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଏଏସ୍‌ପି ଯଶୋବନ୍ତ ସେନାପତି ଯୁଗ୍ମ ଭାବେ ପୂଜାରେ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ପାରମ୍ପରିକ ପୂଜାର୍ଚ୍ଚନା ପରେ ଇନ୍ଦ୍ରଧ୍ବଜ ସ୍ଥାପନ ସହ ବିଧିବଦ୍ଧ ଭାବରେ ଧନୁଯାତ୍ରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରି ୧୧ରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe