ଡିସେମ୍ବର ୩୧ରୁ ୭୧ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଯାଏଁ ଚାଲିବ

Advertisment
ଡିସେମ୍ବର ୩୧ରୁ ୭୧ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୧ ଦିନ ଯାଏଁ ଚାଲିବ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଆଗାମୀ ଡିସେମ୍ବର ୩୧ରୁ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଶନିବାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ପଦ୍ମିନୀ ସାହୁ ଓ ଧନୁଯାତ୍ରା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

୧୧ ଦିବସୀୟ ଏହି ମହୋତ୍ସବ ଜାନୁଆରି ୧୦ ଯାଏ ଚାଲିବ। ଧନୁଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନ ଦିଆଯାଇଛି। ମହୋତ୍ସବରେ ସ୍ଥାନୀୟ କଳାକାର ଓ ବାହାର ରାଜ୍ୟର କଳାକାର ଭାଗ ନେବେ। ସେହିପରି ମୀନାବଜାର ଓ ଅନ୍ୟ ବ୍ୟବସାୟ ମେଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଓକିଲ ସଂଘ ଧନୁଯାତ୍ରା ଆୟବ୍ୟୟ ଖର୍ଚ୍ଚ ସନ୍ଦେହଜନକ ଥିବା ଅଭିଯୋଗ କରିଛି। ଅଡିଟ ସହ ତଦନ୍ତ କରିବାକୁ ଜିଲ୍ଲା ଓକିଲ ସଂଘର ଦାବି କରିଛି। ସେହିପରି ମହୋତ୍ସବ ସମୟରେ ବେଆଇନ ପାର୍କିଂ ଫି ଆଦାୟକୁ ବିରୋଧ କରିଛି। ଏତଦ ବ୍ୟତୀତ ରାତି ସାଢ଼େ ୧୧ଟା ଯାଏ ମହୋତ୍ସବ ଚାଲୁ ରଖିବାକୁ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe