ବରଗଡ଼ : ଆସନ୍ତା ବର୍ଷ ଜାନୁଆରି ୧୧ରୁ ୨୧ ତାରିଖ ଯାଏଁ ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ। ତେବେ ଦୀର୍ଘ ଦିନ ଧରି କଂସ ଚରିତ୍ରର କଳକାର ପରିବର୍ତନ ନେଇ ଚାଲିଥିବା ଛକାପଞ୍ଝାର ଅବସାନ ଘଟିଛି। ଭୁବନେଶ୍ବର ପ୍ରଧାନଙ୍କୁ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ତେବେ ବୈଠକରେ ଏହି ପ୍ରସଂଗକୁ ନେଇ ଘମାଘୋଟ ଆଲୋଚନା ହୋଇଥିଲା। ନୂଆ କଂସ ଚୟନ କରିବାକୁ କିଛି କମିଟି ସଦସ୍ୟ ଯୁକ୍ତି ବାଢ଼ିଥିଲେ। ଯେହେତୁ ଗତବର୍ଷ କଂସଙ୍କ ସଂଳାପ ଏବଂ ଠାଣି ଉତ୍ତମ ମାନର ନଥିଲା, ତେଣୁ ତାଙ୍କୁ ବଦଳାଯାଉ ବୋଲି ଦାବି କରିଥିଲେ। ତେବେ ଧନୁଯାତ୍ରା ପାଇଁ କମ୍ ସମୟ ଥିବାରୁ ନୂଆ କଂସ ଚୟନ କଲେ ଅସୁବିଧା ହେବ ବୋଲି ମଧ୍ୟ ମତ ପ୍ରକାଶ ହୋଇଥିଲା। ଶେଷରେ ଏଥର ଭୁବନେଶ୍ବର ପୁନର୍ବାର କଂସ ହେବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆସନ୍ତା ବର୍ଷ ଧନୁଯାତ୍ରାର ସମସ୍ତ ଚରିତ୍ର (କଂସ ସମେତ) ପାଇଁ ବିଚାରକମଣ୍ଡଳୀ ଚୟନ କରିବେ ବୋଲି ସ୍ଥିର ହୋଇଛି। ଡିସେମ୍ବର ୧୨ ତାରିଖ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେବ। ଅନ୍ୟପକ୍ଷରେ ବୈଠକରେ ସାଉଣ୍ଡ ସିଷ୍ଟମ ଏବଂ ଆଲୋକୀକରଣ ବ୍ୟବସ୍ଥାକୁ ଉନ୍ନତ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ମୁଖ୍ୟ ସ୍ଥାନ (ଜର୍ଜ ହାଇସ୍କୁଲ ପଡ଼ିଆ) ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ମୀନାବଜାର କରିବାକୁ ମଧ୍ୟ ଆଲୋଚନା ହୋଇଛି।
ବଦଳିବେନି କଂସ
Advertisment
Follow Us