image source-news 18
ଭୁବନେଶ୍ବର : ବରଗଡ଼ରେ ସିଟି ହସ୍ପିଟାଲ ଦାବିରେ ତିନି ଦିନ ହେଲା ସେଠାରେ ଅଚଳାବସ୍ଥା ଲାଗି ରହିଛି। ଆଜି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ଅର୍ବାନ୍ ସିଏଚ୍ସି) କାର୍ଯ୍ୟ କରିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ, ସେଥି ପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ୍ େସବା ଯୋଗାଇ ଦେବା ବ୍ୟବସ୍ଥା କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ବାନ୍ ସିଏଚ୍ସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା, ଓପିଡି ସେବା ଯୋଗାଇ ଦିଆଯିବ।
ଆଜି ଲୋକସେବା ଭବନରେ ମନ୍ତ୍ରୀ ସୁଶାନ୍ତ ସିଂହ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଲୋକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତିମୂଳକ ଦୃଷ୍ଟିଭଙ୍ଗୀ ପୋଷଣ କରି ଆସିଛନ୍ତି। ତେଣୁ ଲୋକଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ପଦେକ୍ଷପେର ସହଯୋଗ କରିବା ନମନ୍ତେ ବରଗଡ଼ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
Follow Us