ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲା ବେହାଲ

Advertisment
ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲା ବେହାଲ

ବରଗଡ଼/ଅତାବିରା: ମଙ୍ଗଳବାର ରାତି‌ରୁ ଲାଗି ରହିଥିବା ଲଗାଣ ବର୍ଷାରେ ବରଗଡ଼ ଜିଲ୍ଲା ବେହାଲ ହୋଇଛି। ସମସ୍ତ ନଦୀ, ଜୋର, ନଲିଆର ପାଣି ଉଛୁଳୁଛି। ଚାଷ ଜମିରେ ପାଣି ‌ଭରିଯାଇଥିବା ବେଳେ ବନ୍ଧ, କଣ୍ଟା ପୂରି ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ସୂଚନା ଆସିଛି। ବିଜେପୁର ବ୍ଲକ୍‌ରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୮୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷାକୁ ଦୃ‌ଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ୨ ଓ ୩ ତାରିଖ ଜିଲ୍ଲାର ସମସ୍ତ ସ୍କୁଲଗୁଡ଼ିକ ବନ୍ଦ କରିବାକୁ ଆଦେଶ କରିଛନ୍ତି। ୨ ତାରିଖ ମଧ୍ୟାହ୍ନରୁ ବିଭିନ୍ନ ସ୍କୁଲ ଛୁଟି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଛତିଶଗଡ଼ରେ ମଧ୍ୟ ଲଗାଣ ବର୍ଷା ଜଳ ଜିଲ୍ଲାକୁ ପ୍ରବେଶ କରୁଥିବାରୁ ଜିଲ୍ଲାର ସମସ୍ତ ନଦୀଗୁଡ଼ିକ ଫୁଲି ଉଠିଛି। ଲଗାଣ ପ୍ରବଳ ବର୍ଷା ଯୋଗୁଁ ଜୀରା, ଦନ୍ତା, ଝାଇଜୋର, ଅଙ୍ଗ ପ୍ରମୁଖ ନଦୀ ଉଛୁଳିଛି। ଧାନ କ୍ଷେତ୍ରରେ ପାଣି ଭର୍ତ୍ତି ହୋଇଯାଇଛି। ଲଗାଣ ବର୍ଷାରେ ପନିପରିବା ଫସଲ ବ୍ୟ‌ାପକ କ୍ଷତି ହୋଇଛି। କେତେକ ସ୍ଥାନରେ କଞ୍ଚା, ଅସୁରକ୍ଷିତ ଘରର କାନ୍ଥ ପଡ଼ିଯାଇଥିବାରୁ ଖବର ଆସିଛି। ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe