ବରଗଡ଼ ଜୀରା ବ୍ରିଜ୍ ନିର୍ମାଣରେ ଆହୁରି ବିଳମ୍ବ !

Advertisment
ବରଗଡ଼ ଜୀରା ବ୍ରିଜ୍ ନିର୍ମାଣରେ ଆହୁରି ବିଳମ୍ବ !

ବରଗଡ଼: ଜୀରା ନଦୀ ଉପରେ ନୂଆ ବ୍ରିଜ୍ ନିର୍ମାଣରେ ଅହେତୁକ ବିଳମ୍ବ ଘଟିଛି। ବର୍ଷା ଋତୁ ଏବଂ ନଦୀରେ ପାଣି ସୁଅ ଥିବାରୁ ଏହି ପ୍ରକ୍ରିୟା ଆହୁରି ଗଡ଼ିବା ନିଶ୍ଚିତ। ଏଣେ ଜୀରା ଭିତରେ ଥିବା ଆପ୍ରୋଚ୍‌ ‌ରାସ୍ତା ପାଣି ସୁଅରେ ଭାସି ଯାଇଛି। ଫଳରେ ବରଗଡ଼-ଅମ୍ବାପାଲି ମଧ୍ୟରେ ସିଧା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାଣି ସୁଅ ନ କମିବା ଯାଏଁ ନୂଆ ଆପ୍ରୋଚ୍‌ ରୋଡ୍ ତିଆରି ମଧ୍ୟ ତିଆରି ଅସମ୍ଭବ। ଏଣେ ନୂଆ ବ୍ରିଜ୍‌ ତିଆରିରେ ଅହେତୁକ ବିଳମ୍ବ ଯୋଗୁଁ ଜନଅସନ୍ତୋଷ ତେଜିବାକୁ ଲାଗିଛି। ଗତ ୨୦୧୮ ମେ' ମାସରେ ଜୀରା ନଦୀରେ ନୂତନ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଥିଲା। ଏହି ନୂଆ ବ୍ରିଜ୍‌ ବରଗଡ଼ ସହରକୁ ଅମ୍ବାପାଲିକୁ ସିଧା ଯୋଡ଼ିବ ଏବଂ ରାଜପଥକୁ ବରଗଡ଼ ସହରରୁ ଛୁଇଁବାକୁ ହେଲେ ପ୍ରାୟ ୫ କିଲୋମିଟର‌୍‌ ଦୂରତା କମିଯିବ। ଏହି ବହୁ ପ୍ରତୀକ୍ଷିତ ବ୍ରିଜ୍‌ ପାଇଁ ୧୩.୫୮ କୋଟି ଟଙ୍କା ଅଟକଳ ରହିଛି। ପ୍ରଥମେ ତ୍ବରିତ ଭାବେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା।

୮୧ ବର୍ଷ ଧରି ଛିଡ଼ା ହୋଇଥିବା ଲୁହା ବ୍ରିଜ୍‌କୁ ଭାଂଗି ଦିଆଗଲା। ନାବାର୍ଡ ସହାୟତାରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରଗତି କନ୍‌ଷ୍ଟ୍ରକ୍‌ସନ୍‌ ସ˚ସ୍ଥା ତୁଲାଉଛି। ନିର୍ମାଣ ଅବଧି ୩୦ମାସ ଥିବା ବେଳେ ୧୫ ମାସ ଭିତରେ କାମ ସରିବ ବୋଲି ସେତେବେଳେ ସଂସ୍ଥା ପକ୍ଷରୁ କୁହାଯାଉଥିଲା।  ଗତବର୍ଷ ଡିସେମ୍ବର ପୂର୍ବରୁ ବ୍ରିଜ୍‌ ସଂପୂର୍ଣ୍ଣ ହୋଇ ଲୋକାର୍ପଣ ହେବା କଥା। କିନ୍ତୁ ଯେଭଳି ଧୀମା କାମ ଚାଲିଛି, ବ୍ରିଜ୍‌ ତିଆରି ଆହୁରି ବର୍ଷେ ଗଡ଼ି ଯିବ ବୋଲି ମନେ ହେଉଛି। ଫଳରେ ଚାରି ଚକିଆରେ ଯାଉଥିବା ଲୋକେ ଅଯଥାରେ ୫କିଲୋମିଟର୍‌ ବୁଲି ଅମ୍ବାପାଲି ଛକକୁ ପହଂଚୁଛନ୍ତି। ପ୍ରକଳ୍ପ ରିପୋର୍ଟ ଅନୁସାରେ,  ଏହି ବ୍ରିଜ୍‌ର ଲମ୍ବ ୩୦୨ ମିଟର‌୍‌ ଏବ˚ ଓସାର ୧୦.୫ ମିଟର ରହିବ। ଯେଉଁଥିରେ ୨.୧୫ ମିଟର‌୍‌ ଫୁଟ୍‌ପାଥ୍‌ ମଧୢ କରାଯିବ। ବ୍ରିଜ୍‌ଟି ଏକାସ˚ଗରେ ୪୨୧ ଟନ୍‌ରୁ ଅଧିକ ଓଜନ ବୋହିବାର କ୍ଷମତା ରଖିବ। ୨୫ ମିଟର‌୍‌ ଲେଖାଏଁ ବ୍ୟବଧାନରେ ୧୨ଟି ସ୍ପାନ ବ୍ରିଜ୍‌ର ଭାର ଉଠାଇବ। ଅମ୍ବାପାଲି ପଟୁ ବରଗଡ଼ ଆଡ଼କୁ ସ୍ଲାବ୍‌ କାମ କିଛି ମାତ୍ରାରେ ଆଗେଇଛି। କିନ୍ତୁ ଏହା ଏତେ ଧିମା ଯେ ଚଳିତ ବର୍ଷ ବ୍ରିଜ୍‌ ସଂପୂର୍ଣ୍ଣ ହେବା ଅସମ୍ଭବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe