ବରଗଡ଼ ଜମି କେଳେଙ୍କାରୀ: ଜେଲ୍‌ ଗଲେ ୨ ସରକାରୀ କର୍ମଚାରୀ, ଜମି ମାଲିକ

Advertisment

ରଗଡ଼ ଜମି କେଳେଙ୍କାରୀ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଜମି ମାଲିକ ସୁରେଶ ଭୋସାଗର, ଡିଏସ୍‌ଆର୍‌ କାର୍ଯ୍ୟାଳୟର କନିଷ୍ଠ ସହାୟକ ଉମେଶ ବଢ଼େଇ ଓ ବିଦ୍ୟାଧର ଭୋଇ ରହିଛନ୍ତି।

ରଗଡ଼ ଜମି କେଳେଙ୍କାରୀ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଜମି ମାଲିକ ସୁରେଶ ଭୋସାଗର, ଡିଏସ୍‌ଆର୍‌ କାର୍ଯ୍ୟାଳୟର କନିଷ୍ଠ ସହାୟକ ଉମେଶ ବଢ଼େଇ ଓ ବିଦ୍ୟାଧର ଭୋଇ ରହିଛନ୍ତି।

dadgdd

ବରଗଡ଼: ବରଗଡ଼ ଜମି କେଳେଙ୍କାରୀ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଜମି ମାଲିକ ସୁରେଶ ଭୋସାଗର, ଡିଏସ୍‌ଆର୍‌ କାର୍ଯ୍ୟାଳୟର କନିଷ୍ଠ ସହାୟକ ଉମେଶ ବଢ଼େଇ ଓ ବିଦ୍ୟାଧର ଭୋଇ ରହିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ସମସ୍ତେ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ଯାଇଛନ୍ତି।  

ଜମି ଜାଲିଆତିର ପ୍ରମାଣ ପାଇବା ପରେ ପୁଲିସ ପ୍ରଥମେ ଜମି ମାଲିକ ସୁରେଶଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ପରେ ଡିଏସ୍‌ଆର୍‌ କାର୍ଯ୍ୟାଳୟରେ ଓଏଲ୍‌ଆର୍‌ ୨୨ ପ୍ରମାଣପତ୍ର ଯାଞ୍ଚ ଦାୟିତ୍ୱରେ ଥିବା କନିଷ୍ଠ ସହାୟକ ଉମେଶ ବଢ଼େଇ ଓ ଇସ୍ୟୁ ଡେସ୍‌ପାଚ୍‌ ବିଭାଗର କନିଷ୍ଠ ସହାୟକ ବିଦ୍ୟାଧର ଭୋଇଙ୍କୁ ଗିରଫ କରିଛି। ଏବେ ଡିଏସ୍‌ଆର୍‌ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ଅଧିକାରୀ, କାର୍ଯ୍ୟରତ କର୍ମଚାରୀ, ଜମି ବିକ୍ରେତା ଓ କ୍ରେତା ପୁଲିସ ସ୍କାନର୍‌ରେ ରହିଛନ୍ତି। ଅନ୍ୟପକ୍ଷରେ ସୁରେଶ ଭୋସାଗରଙ୍କ ନାମରେ ଥିବା ଜମି ପ୍ରକୃତରେ ତାଙ୍କର ନା ତାହା ପୂର୍ବରୁ ସରକାରୀ ଜମିକୁ ତଞ୍ଚକତା କରି ଅଣାଯାଇଥିଲା, ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ, ବରଗଡ଼ ଡାଙ୍ଗ ମୌଜାରେ ଥିବା ଖାତା ନଂ-୩୨୫/୪୬୨, ପ୍ଲଟ୍‌ ନଂ ୮୯୯/୧୫୪୩କୁ ସାଧାରଣ ବର୍ଗରେ ବିକ୍ରି କରିବା ପାଇଁ ପ୍ଲଟିଂ କରାଯାଇଥିଲା। ଏହା ପରେ ଜାଲ୍‌ ଓଏଲ୍‌ଆର୍‌ ୨୨ ପ୍ରମାଣପତ୍ର ବଳରେ ଏସ୍‌ସି ଜମିକୁ ସାଧାରଣ ବର୍ଗର ଜଣେ ବ୍ୟକ୍ତିଙ୍କ ନାମରେ କରାଯାଇଥିଲା ଏବଂ ସେହି ଜମିକୁ ଆଉ ୧୦ ଜଣଙ୍କ ନାମରେ କରାଯାଇଥିଲା। ପଟ୍ଟା ପାଇଁ ଫାଇଲ ତହସିଲଦାରଙ୍କ ପାଖକୁ ଯିବା ପରେ ଓଏଲ୍‌ଆର୍‌ ୨୨ ପ୍ରମାଣପତ୍ର ନେଇ ସନ୍ଦେହ ହୋଇଥିଲା। ସତ ଜାଣିବାକୁ ତହସିଲଦାର ଉପଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଉପଜିଲ୍ଲାପାଳ ଯାଞ୍ଚ କରିବା ପରେ ତାହା ଜାଲ୍‌ ପ୍ରମାଣପତ୍ର ବୋଲି ଜାଣି ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe