ବରଗଡ଼ର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଘଟଣାରେ ନୂଆ ମୋଡ଼, ସଦସ୍ୟା କହିଲେ, ବିଜେପିର ଅଭିଯୋଗ ସଂପୂର୍ଣ୍ଣ ମିଛ

Advertisment
ବରଗଡ଼ର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଘଟଣାରେ ନୂଆ ମୋଡ଼, ସଦସ୍ୟା କହିଲେ, ବିଜେପିର ଅଭିଯୋଗ ସଂପୂର୍ଣ୍ଣ ମିଛ

ଭୁବନେଶ୍ବର: ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପିର ଅଭିଯୋଗ ଆଣିବା ଘଟଣାରେ ନୂଆ ମୋଡ଼ ଆସିଛି। ଆଜି ସଦସ୍ୟାମାନେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି  । ସେମାନେ କହିଛନ୍ତି ଯେ ସେମାନଙ୍କୁ କେହି ଅପହରଣ କରି ଆଣିନାହାନ୍ତି ,ବରଂ ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି । ବିଜେପି ଯେଉଁ ଅଭିଯୋଗ ଆଣିଛି, ତାହା ସଂପୂର୍ଣ୍ଣ ମିଛ । ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନାଁରେ ବିଜେପି ଆଣିଥିବା ଅଭିଯୋଗ ମିଛ ବୋଲି ସେମାନେ କହିଛନ୍ତି । ସେମାନେ ବିଜେପିରୁ ଇସ୍ତଫା ଦେଇ ଗତ ମାର୍ଚ୍ଚ ମାସରେ ବିଜେଡିରେ ସାମିଲ ହୋଇଥିବା ବି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ବରଗଡ଼ର ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ ର ଜିଲ୍ଲାପରିଷଦ ସଦସ୍ୟା  ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ସେମାନଙ୍କ ଅପହରଣ ନେଇ ଲିଖିତ ଅଭିଯୋଗ କରିଥିଲେ । ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇ ନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଥିଲା ।ଏହାକୁ ନେଇ ଗତକାଲି ରାଜଧାନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe