ଯୁବକଙ୍କୁ ଘାଇଲା କଲା ବାର୍‌ହା

ଯୁବକଙ୍କୁ ଘାଇଲା କଲା ବାର୍‌ହା

ନୂଆପଡ଼ା/ସିନାପାଲି: ସିନାପାଲି ବନାଞ୍ଚଳ ଅଧୀନ ଟଙ୍କାମାଲ ଗ୍ରାମର ଯୁବରାଜ ଚିନ୍ଦା (୪୫) ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ସନ୍ଧ୍ୟାରେ ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ହଠାତ୍ ଏକ ବାର୍‌ହା ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକ ​ତାଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତାଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe