China Plus
କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳରେ ଚାଷୀଙ୍କ ସମସ୍ୟା ପିଛା ଛାଡୁନି। କେତେବେଳେ ଧାନ କ୍ଷେତରେ ହାତୀପଲ ଆସି ଫସଲ ଉଜାଡୁ ଥିବାବେଳେ ଏବେ ବାର୍ହା ପଲ ଆସି ଫସଲ ଉଜାଡୁଛନ୍ତି। ପଞ୍ଚରା ସେକ୍ସନ ଅଞ୍ଚଳରେ କିଛିଦିନ ହେବ ବାର୍ହାଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସନ୍ଧ୍ୟା ହେଲା କ୍ଷଣି ନିକଟସ୍ଥ ଜଙ୍ଗଲରୁ ଆସି ଗ୍ରାମରେ ଧାନ ଫସଲ ଉପରେ ଜଙ୍ଗଲି ବାର୍ହା ପଲ ଦାଉ ସାଧୁଛନ୍ତି। ଧାନ ଗଛ ମୂଳକୁ ତାଡ଼ି ରାମ୍ପି ଧାନ ଖାଇ ନଷ୍ଟ କରୁଛନ୍ତି। ପଞ୍ଚରା ସରେଲବାହାଲ ଗ୍ରାମର ଚେରମେନ ପ୍ରଧାନଙ୍କ ଧାନ ବିଲରେ ଏହିପରି ଉତ୍ପାତ କରି ବ୍ୟାପକ ଧାନ ଖାଇ ନଷ୍ଟ କରିଥିବା ସେ ଅଭିଯୋଗ କରିଛନ୍ତି। ଜଙ୍ଗଲି ବାର୍ହାଙ୍କ ଉପଦ୍ରବରୁ ଚାଷୀଙ୍କ ବର୍ଷକର ଅମଳ ଧାନର ସୁରକ୍ଷା ପାଇଁ ବନବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଚାଷୀକୁଳ ଦାବି କରିଛନ୍ତି।
Follow Us