ବର୍ହାକାଲୁ ଗ୍ରାମରୁ ବାର୍‌ହା ଉଦ୍ଧାର, ଜଣେ ଗିରଫ

Advertisment
ବର୍ହାକାଲୁ ଗ୍ରାମରୁ ବାର୍‌ହା ଉଦ୍ଧାର, ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ଉମା ପଞ୍ଚାୟତ ବର୍ହାକାଲୁ ଗ୍ରାମରେ ଗୁରୁବାର ଅପରାହ୍ଣରେ ବନବିଭାଗ ଚଢ଼ଉ କରି ଏକ ବାର୍‌ହାକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ସୂଚନାନୁସାରେ, ବର୍ହାକାଲୁ ଗ୍ରାମରେ ଜଣେ ବ୍ୟକ୍ତି ବାର୍‌ହା ରଖିଥିବା ଖବର ପାଇ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଦୀ ପ୍ରଧାନଙ୍କ ନେତୃତ୍ବରେ ବନବିଭାଗ କର୍ମଚାରୀ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗ୍ରାମର ଲିଙ୍ଗରାଜ ଭୋଇଙ୍କ ପାଖରୁ ଏକ ବାର୍‌ହାକୁ ଉଦ୍ଧାର କରିବା ସହ ଲିଙ୍ଗରାଜକୁ ଗିରଫ କରିଥିବା ଜଣାପଡ଼ିଛି।

ଆସନ୍ତାକାଲି ଲିଙ୍ଗରାଜକୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର କ୍ଷୀରାବ୍ଦୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe