ବରୀ ବିଡିଓଙ୍କୁ ନେଇ ଟଣାଓଟରା : ବିଜେପି-ବିଜେଡି ସମର୍ଥକ ଛକାପଞ୍ଝା

Advertisment
ବରୀ ବିଡିଓଙ୍କୁ ନେଇ ଟଣାଓଟରା : ବିଜେପି-ବିଜେଡି ସମର୍ଥକ ଛକାପଞ୍ଝା

ବରୀ : ବରୀ ବ୍ଲକ ଭାରପ୍ରାପ୍ତ ବିଡ଼ିଓଙ୍କୁ ନେଇ ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସେମାନେ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି। ବରୀରେ ଉତ୍ତେଜନା ଲାଗି ରହିଥିବା ବେଳେ କେହି ପଛକୁ ହଟିବାକୁ ରାଜି ହେଉନାହାନ୍ତି। ଉଭୟ ଦଳ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଏକପ୍ରକାର ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ବିଡିଓ ହଟାଇବା ଦାବି ନେଇ ବିଜେପି ପକ୍ଷରୁ ଗତ ୧୩ ତାରିଖ ଆମରଣ ଅନଶନ କରାଯାଇଥିଲା। ୧୪ ତାରିଖରେ ଜିଲ୍ଲା ପ୍ରଶାସନ ଅନଶନ ସ୍ଥଳରେ ପହଞ୍ଚି ୧୫ ତାରିଖ ସୁଦ୍ଧା ବିଡିଓଙ୍କୁ ବଦଳା ଯିବା ସହ ନୂତନ ବିଡିଓଙ୍କୁ ଦାୟିତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଏବେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭିନ୍ନ ମହଲରେ ଚର୍ଚା ହେଉଛି। ଭାରପ୍ରାପ୍ତ ବିଡ଼ିଓ ମହେଶ୍ୱର ସେଠୀ ଆସନ୍ତାକାଲି ପୁଣି ବ୍ଲକକୁ ଫେରିବେ ବୋଲି ଆଲୋଚନା ହେଉଛି। ଏଭଳି ଯୋଜନା କରାଯାଉଥିବା ଶୁଣିବାପରେ ବିଜେପିରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ରବିବାର ଅପରାହ୍ଣରେ ବିଜେପି ପକ୍ଷରୁ ଜରୁରୀ ବୈଠକ ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସେଠୀଙ୍କ ବ୍ଲକ ଆସିବା କଥା ଯଦିଓ ସରକାରୀ ଭାବେ କୌଣସି ଖବର ନାହିିଁ ତେବେ ଉଭୟ ଦଳର ସଜବାଜକୁ ଲକ୍ଷ୍ୟ କଲେ ଯଦି ଭାରପ୍ରାପ୍ତ ବିଡ଼ିଓ ବ୍ଲକ ଆସନ୍ତି ତେବେ ବ୍ଲକ ପରିସର ରଣକ୍ଷେତ୍ର ପାଲଟିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି।

ଏସଂପର୍କରେ ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ସେଠୀଙ୍କୁ ପଚାରିବାରୁ କହନ୍ତି ଯେ ଜିଲ୍ଲା ଉଚ୍ଚ କତୃପକ୍ଷ ମୋତେ ବ୍ଲକ ଯିବାକୁ ବାରଣ କରିଛନ୍ତି ତେଣୁ ତାଙ୍କର ଅନୁମତି ନମିଳିଲେ ସେ ବ୍ଲକ ଯିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe