Advertisment

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ୧୮ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

Advertisment
ମଧ୍ୟାହ୍ନ ଭୋଜନରେ ଝିଟିପିଟି: ୧୮ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଯାଜପୁର: ଯାଜପୁର ବରୀ ବ୍ଲକ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ଶନିବାର ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିଲା। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଖାଦ୍ୟକୁ ଖାଇ ୧୮ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନାଯୋଗ୍ୟ, ସବୁଦିନ ଭଳି ଆଜି ବି ବରୀ ବ୍ଲକ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଜଣେ ପିଲାର ଖାଦ୍ୟ ଥାଳିରୁ ଝିଟିପିଟି ବାହାରିଥିଲା। ଏହାପରେ ଏହି ଖାଦ୍ୟ ଖାଇଥିବା ୧୮ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।

publive-image

ସେମାନଙ୍କୁ ସଙ୍ଗେସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ, କିଛି ଗ୍ରାମବାସୀ ଓ ପରିବାରଲୋକେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଭର୍ତ୍ତି ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମଧ୍ୟାହ୍ନ ଭୋଜନରେ କିପରି ଝିଟିପିଟି ପଡ଼ିଲା, ରନ୍ଧା ଦାୟିତ୍ୱରେ କିଏ ଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe