ବରୀ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ: ସାଂଘାତିକ ଅଭିଯୋଗ ଆଣିଲେ ପରାଜିତ ପ୍ରାର୍ଥୀ, ରସୁଲପୁର ବିଡିଓ ସାଜିଥିଲେ ଭୋଟର!

ରାଜ୍ୟ ନିର୍ବାଚନ କମିସନରଙ୍କ ଦ୍ବାରସ୍ଥ ହେଲେ

ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

NDTV.com

ବରୀ : ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନକୁ ନେଇ ବିବାଦ ଦେଖାଦେଇଛି। ନିର୍ବାଚନରେ  ପ୍ରିଜାଇଡିଂ ଅଫିସର ଦାୟିତ୍ବରେ ଥିବା ରସୁଲପୁର ବିଡିଓ ଉମାକାନ୍ତ ପରିଡା  ୬ ଜଣଙ୍କ ପାଇଁ ଭୋଟ ଦେଇଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ବିଧାୟିକାଙ୍କ ଶିବିରର ପରାଜିତ ପ୍ରାର୍ଥିନୀ। ଆଜି ରମ୍ପା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ରମ୍ପା ପଞ୍ଚାୟତର ସମିତିସଭ୍ୟା ଜ୍ୟୋତିର୍ମୟୀ ବେହେରା ନିର୍ବାଚନରେ ହୋଇଥିବା ହେରଫେର ସମ୍ପର୍କରେ ଅଭିଯୋଗ କରିଛନ୍ତି।

ଜ୍ୟୋତିର୍ମୟୀ ଅଭିଯୋଗ କରିଛନ୍ତି, ବ୍ଲକ୍‌ର ମୋଟ ୨୯ ଜଣ ସମିତିସଭ୍ୟଙ୍କ ମଧ୍ୟରୁ  ୨୩ଜଣ ନିଜ ନିଜର ଭୋଟ ଦେଇଥିବାବେଳେ ଚନ୍ଦନପୁର, ବରୀ, ମଧୁସୂଦନପୁର, ରତଳାଙ୍ଗ, ଅରଙ୍ଗାବାଦ ଓ ଅମରପୁରର  ୬ ଜଣ ସମିତିସଭ୍ୟ ମତଦାନ କରିନଥିଲେ। ଏହି ଲୋକପ୍ରତିନିଧିମାନେ ସୁସ୍ଥ ଥିଲେ। ଭୋଟକେନ୍ଦ୍ରକୁ ଆସି ନିଜର ଦସ୍ତଖତ ମାରି  ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିଥିଲେ । ଅପରାହ୍ନ ୧ଟାଏ ୩୦ରୁ ମତଦାନ ଆରମ୍ଭ ହୋଇଥିଲା। ୨୩ଜଣ ସମିତି ସଭ୍ୟସଭ୍ୟା ମତଦାନ କରିଥିଲାବେଳେ ସଂପୃକ୍ତ ୬ଜଣ ସମିତି ସଭ୍ୟସଭ୍ୟା ଭୋଟ ନଦେଇ ବସି ରହିଥିଲେ। ପ୍ରିଜାଇଡ଼ିଂ ଅଫିସର ଶ୍ରୀ ପରିଡ଼ା  ସେମାନଙ୍କଠାରୁ ଗୋଟିଏ ଗୋଟିଏ ଦରଖାସ୍ତ ମାଗିଥିଲେ। ଦରଖାସ୍ତ ଦେଇ ସଂପୃକ୍ତ ୬ ଜଣ ଭୋଟର ଜଣେ ଜଣେ ଯାଇ ଦସ୍ତଖସ୍ତ କରି ବାଲଟ୍ ପେପର ନେଇ ବିଡ଼ିଓଙ୍କୁ ବଢାଇ ଦେଇଥିଲେ। ବିଡ଼ିଓ ଶ୍ରୀ ପରିଡ଼ା ଅଧ୍ୟକ୍ଷ ପ୍ରାର୍ଥୀ ଅଶୋକ କୁମାର ଗେଡିଙ୍କ ସପକ୍ଷରେ ଭୋଟଦେଇ ଭୋଟ ବାକ୍ସରେ ପକାଇଥିବାର ପରାଜିତ ପ୍ରାର୍ଥିନୀ ଜ୍ୟୋତିର୍ମୟୀ ବେହେରା ଅଭିଯୋଗ କରିଛନ୍ତି ।

ନିୟମାନୁଯାୟୀ ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ ଥାଇ କକ୍ଷରେ ବସିଥିବା ଏହି ୬ ଜଣଙ୍କୁ କେଉଁ ପରିସ୍ଥିତିରେ ସମ୍ପୃକ୍ତ ପ୍ରିଜାଇଡ଼ିଂ ଅଫିସର କମ୍ପାନିୟନ୍‌ ପାଇଁ ଅନୁମତି ଦେଲେ ଓ ନିଜେ ୬ଟି ଭୋଟ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଦାନ କଲେ? ତାକୁ ନେଇ ଶ୍ରୀମତୀ ବେହେରା ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ୧୩ ଜଣ ସମିତିସଭ୍ୟ ରାଜ୍ୟ ନିର୍ବାଚନ କମିସନରଙ୍କୁ ଅବଗତ କରିଥିବା ବେଳେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି। ସିସିଟିଭି ଫୁଟେଜରେ କଏଦ ହୋଇଥିବା ସବୁ ଘଟଣାକୁ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।
ଏ ସଂପର୍କରେ ବିଡିଓଙ୍କୁ ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ  ପ୍ରତିକ୍ରିୟା ମିଳିପାରିନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ଧାରପୁର ସମିତିସଭ୍ୟ ଶ୍ରୀଧର ସେଠୀ, ବାଲିବିଲି ସମିତି ସଭ୍ୟା ସୁଧାଶୁଂବାଳା ସାମଲ, ଅନ୍ୟାସୀପୁର ରମେଶ ସାହୁ, ଅଟିରା ସମିତି ସଭ୍ୟ ପ୍ରୀତିରଂଜନ ଜେନା, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe