ପ୍ରଚାରବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱରଙ୍କ ତେର୍‌ଛା ବାଣ: ‘ମତେ ଗିରଫ କଲେ ସବୁ ଜିଲ୍ଲା ପରିଷଦ ଆସନ ପୋଛିନେବୁ’

Advertisment
ମୟୂରଭଞ୍ଜ ଲୋକସଭା ଆସନ: ବିଜେପିରୁ ଏଥର କିଏ ବିଶ୍ବେଶ୍ବର ନା ନୂଆମୁହଁ?

NDTV.com

ବାରିପଦା : ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଯଦି ତାଙ୍କୁ ଗିରଫ କରିବ ତେବେ ବିଜେପିକୁ ଆଉ ପ୍ରଚାର କରିବାକୁ ପଡ଼ିବନି। ଶହେରୁ ଶହେ ଲୋକ ଆମକୁ ସମର୍ଥନ କରିବେ ଏବଂ ବିନା ପରିଶ୍ରମରେ ଆମେ ଜିଲ୍ଲାର ୫୬ରୁ ୫୬ ଜିଲ୍ଲା ପରିଷଦ ଆସନକୁ ପୋଛିନେବୁ। ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଶ୍ରୀ ଟୁଡୁ ଆଜି ଏହିଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ପୁଣି ଚର୍ଚ୍ଚା ଦେଖିବାକୁ ମିଳିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଆଜି ମୟୂରଭଞ୍ଜ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଖଡ଼ିଷୋଳ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଥିଲେ। ଏହି ପ୍ରଚାରବେଳେ ଉପରୋକ୍ତ କଥା କହି ଶାସକଦଳକୁ ତେର୍‌ଛା ବାଣ ମାରିଥିଲେ।

ସୂଚନ‌ାଯୋଗ୍ୟ, ଦିଲ୍ଲୀରୁ ଫେରିବା ପରେ ଶ୍ରୀ ଟୁଡୁ ଗଲା ଦୁଇ ଦିନ ଧରି ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାର କରୁଛନ୍ତି। ଗତକାଲି ବାରିପଦା, ଶୁଳିଆପଦା, ମୋରଡ଼ା ବ୍ଲକ୍‌ରେ ମାରାଥନ୍‌ ପ୍ରଚାର କରିଥିବା ବେଳେ ଆଜି ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମାଞ୍ଚଳରେ ପ୍ରଚାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe