କରୋନା ସଂକ୍ରମଣ ରୋକିବା ଦିଗରେ ଆଗେଇ ଆସିଲା ବାରିପଦା ବ୍ୟବସାୟୀ ସଂଘ : ସନ୍ଧ୍ୟା ୭ ସୁଦ୍ଧା ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ନିଷ୍ପତି

Advertisment
କରୋନା ସଂକ୍ରମଣ ରୋକିବା ଦିଗରେ ଆଗେଇ ଆସିଲା ବାରିପଦା ବ୍ୟବସାୟୀ ସଂଘ : ସନ୍ଧ୍ୟା ୭ ସୁଦ୍ଧା ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ନିଷ୍ପତି

Facebook

ବାରିପଦା : ମୟୂରଭଞ୍ଜରେ କରୋନା କ୍ରମଶଃ ଉଗ୍ରରୂପ ଧାରଣ କରୁଥିବାବେଳେ ନୂଆ ହଟସ୍ପଟ୍ ପାଲଟିଛି ବାରିପଦା ପୌରାଞ୍ଚଳ। ଏଠାରେ ଦୈନିକ ଜିଲ୍ଲାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲା ସଦରମହକୁମାରେ କରୋନା ସଂକ୍ରମଣର ହାର କମାଇବାକୁ ଆଗେଇ ଆସିଛି ବାରିପଦା ବ୍ୟବସାୟୀ ସଂଘ। ସହରରେ ସଂକ୍ରମଣ ହାର କମାଇବାକୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସନ୍ଧ୍ୟା ୭ ସୁଦ୍ଧା ବନ୍ଦ କରିବାକୁ ସଂଘ ପକ୍ଷରୁ ନିଷ୍ପତି ହୋଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିବା ସହିତ କରୋନାଜନିତ ନିୟମ ପାଳନ କରିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରସାରା ପ୍ରଚାର କରାଯାଇଛି। ଜୀବନ ଥିଲେ ଜୀବିକା ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଗକୁ ବ୍ୟବସାୟୀଙ୍କ ସାମୂହିକ ନିଷ୍ପତିକୁ ନେଇ କିଛି ଦିନ ପାଇଁ ସମସ୍ତ ଦୋକାନ ବନ୍ଦ ରଖିବାକୁ ଯୋଜନା ହୋଇଥିବା କୁହାଯାଇଛି।

ଏନେଇ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ କାର୍ଯ୍ୟକାରୀ ସଭାପତି ଅରୁପ ଦାସ, ସାଧାରଣ ସମ୍ପାଦକ ସରୋଜ ବୋଷ, ଉପସଭାପତି ଦେବୀଦତ୍ତ ମହାନ୍ତି, ପୂର୍ଣ୍ଣାନନ୍ଦ ପରିଡ଼ା, ଯୋଗେଶ ଅଗ୍ରୱାଲା, ଗଣେଷ ଦାସ, ଅକ୍ଷୟ ଅଗ୍ରୱାଲା, ରାଜା ମିଶ୍ର, ପ୍ରମୋଦ ସାହୁ, ମାଙ୍ଗିଲାଲ ଲାଢ଼ା, ଜୟନ୍ତ ଦୁଗଲ, ଗଗନ କୁମାର ସାହୁ, ଦିପକ କୁମାର କମିଳା, ଆର ଦୁବେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାଓବାଦୀଙ୍କ ସହିତ ଗୁଳିବିନିମୟରେ ସହିଦ ହୋଇଥିବା ଜିଲ୍ଲାର ପୁଅ ସୁଧୀର ଟୁଡ଼ୁଙ୍କୁ ତାଙ୍କ ବାସଭବନରେ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe