ରକ୍ତ ପରୀକ୍ଷା ପାଇଁ ଆସିଥିବା ଯୁବତୀଙ୍କ ସହିତ ଅସଦାଚରଣ କରିବା ଲ୍ୟାବ ଟେକ୍‌ନିସିଆନ୍‌ଙ୍କୁ ମହଙ୍ଗା ପଡ଼ିଲା

ରକ୍ତ ପରୀକ୍ଷା ପାଇଁ ଆସିଥିବା ଯୁବତୀଙ୍କ ସହିତ ଅସଦାଚରଣ କରିବା ଲ୍ୟାବ ଟେକ୍‌ନିସିଆନ୍‌ଙ୍କୁ ମହଙ୍ଗା ପଡ଼ିଲା

ବାରିପଦା: ବାରିପଦାରେ କ୍ଲିନିକ୍‌ ଭିତରେ ଜଣେ ଯୁବତୀ ରବିବାର ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅସଦାଚରଣ ଘଟଣାରେ ସମ୍ପୃକ୍ତ ଥିବା ଲ୍ୟାବ ଟେକ୍‌ନିସିଆନ୍‌ଙ୍କୁ ସ୍ଥାନୀୟଲୋକେ ନିସ୍ତୁକ ମାଡମାରିବା ସହିତ ପୁଲିସ ଜିମା ଦେଇଥିଲେ। ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି। ଅଭିଯୁକ୍ତ ମାଧବ ପ୍ରଧାନ ଲ୍ୟାବ୍‌ର ମାଲିକ ଥିବା ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ଆଜି ଜଣେ ଯୁବତୀ ବୈଶଙ୍ଗା ଥାନା ମାଣିତ୍ରୀ ଛକରେ ଥିବା ଏକ ପାଥୋ ଲ୍ୟାବ୍‌କୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ଏହି ସମୟରେ ଏହି ଲ୍ୟାବ୍‌ରେ ଟେକ୍‌ନିସିଆନ୍‌ ଭାବେ କାମ କରୁଥିବା ଜଣେ ଯୁବକ ଯୁବତୀଙ୍କ ସହିତ ଖରପ ବ୍ୟବହାର କରିବା ସହିତ ଅସଦାଚରଣ କରିବା ଆରମ୍ଭ କରିଥିଲା। ଯୁବତୀ ଏଥିରୁ ନିବୃତ୍ତ ରହିବାକୁ କହିବାରୁ ସେ ଧମକ ବି ଦେଇଥିଲେ। ଏହାପରେ ରକ୍ତ ପରୀକ୍ଷା ପାଇଁ ଆସିଥିବା ଯୁବତୀ ସେଠାରେ ଥିବା କିଛିଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଯୁବତୀଙ୍କଠାରୁ ଘଟଣା ବିଷୟରେ ଜାଣିବାପରେ ସ୍ଥାନୀୟଲୋକେ ଉକ୍ତ ଲ୍ୟାବ୍‌ ଟେକ୍‌ନିସିଆନ୍‌କୁ ଧରି ନିସ୍ତୁକମାଡ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe