ବାରିପଦା: ଟ୍ରେନ୍‌ ଚଢ଼ି ଯିବାରୁ ଦଶମ ଶ୍ରେଣୀ ଛାତ୍ର ମୃତ

Advertisment
ବାରିପଦା: ଟ୍ରେନ୍‌ ଚଢ଼ି ଯିବାରୁ ଦଶମ ଶ୍ରେଣୀ ଛାତ୍ର ମୃତ

ବାରିପଦା: ଶୁକ୍ରବାର ସକାଳେ ସ୍ଥାନୀୟ ଗୋଶାଳା ଛକ ନିକଟରେ ଟ୍ରେନ୍‌ ଚଢ଼ିଯିବାରୁ ଦଶମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ମୃତ ଛାତ୍ରଜଣକ ହେଉଛନ୍ତି ୧୭ ନମ୍ବର ଓ୍ଵାର୍ଡ ନିବାସୀ ରବୀନ୍ଦ୍ର ବେହେରାଙ୍କ ପୁତ୍ର ସାଗର। ଏମ୍‌. କେ. ସି. ହାଇସ୍କୁଲ୍‌ରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସାଗର ଦୁର୍ଘଟନା ସମୟରେ ଟିଉସନକୁ ଯାଉଥିଲେ। ଅସାବଧାନ ହୋଇ ଧାରଣା ପାରିହେଉଥିବା ବେଳେ ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍‌ୟୁ ତାଙ୍କୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବରେ ଘଟନାସ୍ଥଳରେ ହିଁ ସାଗରଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ଦୁର୍ଘଟନା ସମ୍ପର୍କରେ ଖବର ପାଇ ବାରିପଦା ପୁଲିସ ଏବଂ ରେଳବାଇ ପୁଲିସ ଘଟନାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe