ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ୪୪.୬ ଡିଗ୍ରୀରେ ସିଝିଲା ବାରିପଦା

Advertisment
ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ୪୪.୬ ଡିଗ୍ରୀରେ ସିଝିଲା ବାରିପଦା

sambad.in

ଭୁବନେଶ୍ବର: ରାଜ୍ୟର ୧୫ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତାଳଚେରରେ ୪୨.୭, ବୌଦ୍ଧରେ ୪୨.୫, ଝାରସୁଗୁଡ଼ରେ ୪୨.୨, ବଲାଙ୍ଗୀରରେ ୪୨.୨, ଟିଟଲାଗଡରେ ୪୨, ଅନୁଗୁଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡରେ ୪୧.୭, ବାଲେଶ୍ୱରରେ ୪୧.୪ରେ, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe