ବାରିପଦା: ସୁରତ, ପଶ୍ଚିମବଙ୍ଗ ପରେ ଆନ୍ଧ୍ରପ୍ରଦେଶରୁ ବଢ଼ିଲା ବିପଦ

Advertisment

ପ୍ରଥମଥର ପାଇଁ ୨ ମହିଳା ଆକ୍ରାନ୍ତ, ମୋଟ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୮

ପ୍ରଥମଥର ପାଇଁ ୨ ମହିଳା ଆକ୍ରାନ୍ତ, ମୋଟ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୮

ଭାରତରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି : ୨୪ ଘଣ୍ଟାରେ ପ୍ରାୟ ୫୦୦୦ ମାମଲା

Onmanorama - Manorama Online

ବାରିପଦା: ସୁରତ ଓ ପଶ୍ଚିମବଙ୍ଗ ପରେ ମୟୂରଭଞ୍ଜ ପାଇଁ ବିପଦର କାରଣ ପାଲଟିଛି ଆନ୍ଧ୍ରପ୍ରଦେଶ। ଆଜି ଜିଲ୍ଲାରେ ୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଜଣାପଡ଼ିଛି। ୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ଆଶ୍ବସ୍ତିର ବିଷୟ ଏହାଯେ ଆଜି ଆଉ ଜଣେ ସୁରତ ଫେରନ୍ତା ସୁସ୍ଥ ହୋଇ କୋଭିଡ୍‌ ଅଶ୍ବୀନ୍‌ ହସ୍‌ପିଟାଲରୁ ଡିସ୍‌ଚାର୍ଯ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୮ଜଣ ସୁରତ ଫେରନ୍ତା ସୁସ୍ଥ ହୋଇ ଘରକୁ ଫେରିଲେଣି। ଆଜି ଆକ୍ରାନ୍ତ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ମହିଳା ରହିଥିବା ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିଛି। ବାରିପଦା ପୌରପରିଷଦରୁ ଥିବା ଏହି ୨ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୪୪ ଓ ୪୯ ବର୍ଷ । ଏଥିସହିତ ଜିଲ୍ଲାରେ ପ୍ରଥମଥର ପାଇଁ ୨ଜଣ ମହିଳା କରୋନାରେ ପିଡ଼ୀତ ହୋଇଛନ୍ତି। ଠାକୁରମୁଣ୍ଡା ବ୍ଲକ୍‌ରୁ ଜଣେ ୭୦ ବର୍ଷର ବୃଦ୍ଧ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଆଜି କରୋନା ଚିହ୍ନଟ ୩ଜଣଙ୍କୁ ପ୍ରଥମଥର ପାଇଁ  ସ୍ଥାନୀୟ ବାଙ୍କିଶୋଳସ୍ଥିତ କିମ୍ସ୍‌ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବରୁ ଆକ୍ରାନ୍ତ ୧୧ଜଣଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍‌ପିଟାଲକୁ ପଠାଯାଇଥିଲା। ମାତ୍ର ଆଜି ଜିଲ୍ଲାର ନିଜସ୍ବ କୋଭିଡ୍‌ ହସ୍‌ପିଟାଲକୁ ବ୍ୟବହାର କରାଯାଇଛି। ଏହାସହିତ ଆଜି ସୁଦ୍ଧା ଜିଲ୍ଲାରେ ୬ଟି ଆକ୍ଟିଭ୍‌ କେସ୍‌ ରହିଛି। ଆଜି ଚିହ୍ନଟ ହୋଇଥିବା ୩ଜଣ ଯାକ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଫଳରେ ସଂକ୍ରମଣର ଆଶା କମ୍‌ ରହିଛି। ତଥାପି ଏମାନଙ୍କର କଣ୍ଟାକ୍ଟ୍‌ ଟ୍ରେସିଂ ଜାରିରହିଥିବା ଜଣାପଡ଼ିଛି। କାରଣ ଆନ୍ଧ୍ରପ୍ରଦେଶରୁ ଫେରିବା ବେଳେ ସେମାନେ ସାଙ୍ଗହୋଇ ବସ୍‌ରେ ଫେରିଥିଲେ। ଏମାନଙ୍କ ସହିତ ଆସିଥିବା ଅନ୍ୟ କିଛି ଯାତ୍ରୀ ବାଲେଶ୍ବର ଏବଂ ବେତନଟୀରେ ଓହ୍ଲାଇଛନ୍ତି। ଫଳରେ ଏମାନଙ୍କ ସହିତ ଆଉ କିଏ ମିଶିଥିଲେ ସେନେଇ ପ୍ରକ୍ରିୟା ଜାରିରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗ୍ରୀନ ଜୋନରେ ଥିବା ମୟୂରଭଞ୍ଜରେ ଚଳିତ ମାସ ୭ରେ କପ୍ତିପଦା ବ୍ଲକ୍‌ରୁ ପ୍ରଥମ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ଅରେଞ୍ଜ୍‌ ଜୋନକୁ ଖସି ଆସିଥିଲା । ଜିଲ୍ଲାରେ ମୋଟ ୧୪ କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୧୦ ଜଣ ସୁରତ ଫେରନ୍ତା ରହିଥିବା ବେଳେ ଜଣେ ପଶ୍ଚିମବଙ୍ଗ ଓ ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ରହିଛନ୍ତି । ସେହିପରି ପ୍ରଥମ କରି ଆଜି ଠାକୁରମୁଣ୍ଡା ବ୍ଲକ୍‌ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ଘରକୁ ଫେରିବା ପରେ ୧୪ଦିନ ପାଇଁ ସଙ୍ଗରୋଧରେ ରହିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe