ସଟ୍‌ଡାଉନକୁ ନେଇ ବଢ଼ିଛି ସଚେତନତା : ସଟ୍‌ଡାଉନ କଟକଣା ନାହିଁ, ମାତ୍ର ଶୂନଶାନ ବାରିପଦା ସହର

ଆଜିରୁ ଆସନ୍ତା ମାସ ୭ ଏବଂ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲାଗୁହେବନି ସଟ୍‌ଡାଉନ ଲକ୍‌ଡାଉନ

ସଟ୍‌ଡାଉନକୁ ନେଇ ବଢ଼ିଛି ସଚେତନତା : ସଟ୍‌ଡାଉନ କଟକଣା ନାହିଁ, ମାତ୍ର ଶୂନଶାନ ବାରିପଦା ସହର

ବାରିପଦା : ଆଜି ନଥିଲା ସଟ୍‌ଡାଉନ କଟକଣା। ମାତ୍ର ବାରିପଦା ସହର ଥିଲା ଶୂନଶାନ। ପୂର୍ବଭଳି ସପ୍ତାହର ପ୍ରତି ଶନିବାର ଏବଂ ରବିବାର ସଟ୍‌ଡାଉନ ଲାଗୁହେଉଥିବା ଭାବି ଆଜି ବାରିପଦା ସହରରେ କୌଣସି ଦୋକାନବଜାର ଖୋଲିନଥିଲା। ଏପରିକି ଗାଡ଼ି ଚଳାଚଳ ଏବଂ ଲୋକଙ୍କ ଚଳପ୍ରଚଳ ମଧ୍ୟ ପ୍ରାୟତଃ ଖାଁ ଖାଁ ଥିଲା। ଜେଇଇ ଏବଂ ନିଟ୍ ପରୀକ୍ଷା ନିମନ୍ତେ ସରକାର ସପ୍ତାହାନ୍ତ ସଟ୍‌ଡାଉନ ଏବଂ ଲକ୍‌ଡାଉନକୁ ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ହଟାଇ ଦେଇଛନ୍ତି। ସେହିପରି ଆସନ୍ତା ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ କୌଣସି ସଟ୍‌ଡାଉନ କିମ୍ବା ଲକ୍‌ଡାଉନ କଟକଣା ରହିବ ନାହଁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ଆଜି ନୋଟିସ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

publive-image

ଗତକାଲି ରାତିରୁ ଏହି କଟକଣା ଉଠିଥିଲେ ମଧ୍ୟ ଜନସାଧାରଣ ଏବଂ ବ୍ୟବସାୟୀଙ୍କ ନିକଟରେ ସୂଚନା ପହଞ୍ଚିପାରିନଥିବା କାରଣରୁ ଏପରି ହୋଇଥିବା ଜଣାପଡ଼ିଛି। ତେବେ ଲୋକଙ୍କ ମଧ୍ୟରେ କରୋନାକୁ ପ୍ରତିହତ କରିବାକୁ ହେଲେ ସଟ୍‌ଡାଉନ କଟକଣାକୁ ମାନିବାକୁ ପଡ଼ିବ ବୋଲି ଏକପ୍ରକାର ସଚେତନତା ସୃଷ୍ଟି ହୋଇଥିବା ଆଜି ପ୍ରମାଣିତ ହୋଇଛି। ଯାହାକି ବେଶ୍ ଆଶ୍ୱସ୍ତିର ବିଷୟ ବୋଲି ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି। ତେବେ ପୂର୍ବଭଳି ସହର ମଧ୍ୟରେ ହେଲମେଟ ଏବଂ ମାସ୍କ ଚେକିଂ ଜାରି ରହିବ ବୋଲି ସେ କହିଛନ୍ତି। ଆଜି ସଟ୍‌ଡାଉନ କଟକଣା ନଥିବା କହିବା ସତ୍ତ୍ବେ ଜିଲ୍ଲା ସଦରମହକୁମାରେ ଲୋକଙ୍କ କ୍ଷୀଣ ଉପସ୍ଥାନ ବେଶ୍ ଉତ୍ସାହର ବିଷୟ ବୋଲି ମତପ୍ରକାଶ ପାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe