ବାରିପଦା ଅର୍ବାନ ବ୍ୟାଙ୍କ୍ ପକ୍ଷରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମାମଲା: ରାଜ୍ୟ ସରକାରଙ୍କ ନିକଟରୁ କୈଫୟତ୍ ତଲବ କଲେ ଉଚ୍ଚ ନ୍ୟାୟାଳୟ

Advertisment
ବାରିପଦା ଅର୍ବାନ ବ୍ୟାଙ୍କ୍ ପକ୍ଷରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମାମଲା: ରାଜ୍ୟ ସରକାରଙ୍କ ନିକଟରୁ କୈଫୟତ୍ ତଲବ କଲେ ଉଚ୍ଚ ନ୍ୟାୟାଳୟ

ବାରିପଦା: ବାରିପଦା ଆର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ ମାମଲାରେ ଉଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ପକ୍ଷରୁ ଅଦାଲତ ଅବମାନନା ନିମନ୍ତେ ସରକାରଙ୍କୁ କୈଫିୟତ ତଲବ କରାଯାଇଛି । ସେହିପରି ଅଦାଲତଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କଣ ପାଇଁ ଏଯାଏଁ ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ କରାଯାଇନାହିଁ, ସେନେଇ ସରକାରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ ମାନ୍ୟବର ଉଚ୍ଚନ୍ୟାୟାଳୟ। ସୂଚନା ଯୋଗ୍ୟ ଯେ, ୨୦୧୨ ମସିହାଠାରୁ ବାରିପଦା ଆର୍ବାନ ବ୍ୟାଙ୍କର ୩୬୯୮୪ ଜମାକାରୀମାନେ ସେମାନଙ୍କ ଜମା ରାଶି ନ ଉଠାଇ ପାରି ହୀନସ୍ତା ହୋଇ ଆସୁଛନ୍ତି। ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ନିମନ୍ତେ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟା କ୍ରମେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମିସ୍ କେସ ନମ୍ବର ଆଇଏ ୬୯୫/୨୦୨୦ର ବିଚାର କରି ନ୍ୟାୟମୂର୍ତ୍ତି ପ୍ରମୋଥ ପଟ୍ଟନାୟକ ଜମାକାରୀମାନଙ୍କୁ ସମସ୍ତ ଜମା ଟଙ୍କା ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ପରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀମାନଙ୍କୁ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆ ଯାଇଥିଲା।

ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରସ୍ତ ଉପରେ ସ୍ଥଗିତାଦେଶ ଆଣିବା ପରେ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ରହିଥିଲା । ପୁନଶ୍ଚ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ପକ୍ଷରୁ ଗତ ସେପ୍ଟେମ୍ବର ୧୫ରେ ଉକ୍ତ ମାମଲାର ଶୁଣାଣି କରାଯାଇ ୮ ସପ୍ତାହ ମଧ୍ୟରେ ଜମାକାରୀମାନଙ୍କୁ ଜମା ରାଶି ଫେରସ୍ତ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ଜମା ଟଙ୍କା ଫେରସ୍ତ ଦେବାର ନାମ ଧରିଲା ନାହିଁ ।

ଏନେଇ ବ୍ୟାଙ୍କର ପୂର୍ବତନ ସଭାପତି ଗିରିଧାରୀ ପୃଷ୍ଟିଙ୍କ ପ୍ରଚେଷ୍ଟାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜମାକାରୀ ପଙ୍କଜ କୁମାର ଶାହା ଓ ଅନ୍ୟ କିଛି ଜମାକାରୀ ଉଚ୍ଚ ନ୍ୟାୟାଳୟରେ କେସ୍ ନମ୍ବର ୫୫୭୬/୨୦୨୦ରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ । ଆଜି ଉକ୍ତ ଅଦାଲତ ଅବମାନନା ମାମଲାକୁ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତୀ ସଞ୍ଜୁ ପଣ୍ଡା ଓ ନ୍ୟାୟମୂର୍ତ୍ତୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଏକ ଖଣ୍ଡପୀଠ ବସି କାହିଁକି ଜମାକାରୀମାନଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ଦିଆ ଯାଇ ନାହିଁ ଓ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରାଗଲା ତାହାର ଜବାବ ଏକ ସପ୍ତାହ ମଧ୍ୟରେ ଅଦାଲତରେ ଦାଖଲ କରିବାକୁ ସରକାରଙ୍କୁ କୈଫୟତ୍ ତଲବ କରାଯାଇଛି । ଏଥି ସହିତ ପରବର୍ତ୍ତି ଶୁଣାଣି ୨୦୨୧ ଜାନୁଆରୀ ୭କୁ ଧାର୍ଯ୍ୟ କରାଯାଇଛି । ଉକ୍ତ ମାମଲାକୁ ଜମାକାରୀମାନଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଦେବାଶିଷ ତ୍ରିପାଠୀ ଓ ରାକେଶ କୁମାର ଷଢ଼ଙ୍ଗୀ ପରିଚାଳନା କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe