ନୂଆ ରୂପ ନେବ ବାରିପଦାର ବୁଢ଼ାବଳଙ୍ଗ ତଟ: ଖର୍ଚ୍ଚ ହେବ ୨୩୦ କୋଟି, ୧୭୦ ଏକର ଜମିରେ ‌ହେବ ବିଭିନ୍ନ ପ୍ରକଳ୍ପ

Advertisment

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ବୃହତ୍‌ ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ୨୩୦ କୋଟି ଟଙ୍କାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଅସ୍ତିଆ ପୋଲର ପୂର୍ବ ଦିଗରେ ୪ କିଲୋମିଟର (ଅପ୍‌ଷ୍ଟ୍ରିମ୍‌) ଏବଂ ଦ୍ୱିତୀୟ ପର୍ଯ୍ୟାୟରେ....

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ବୃହତ୍‌ ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ୨୩୦ କୋଟି ଟଙ୍କାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଅସ୍ତିଆ ପୋଲର ପୂର୍ବ ଦିଗରେ ୪ କିଲୋମିଟର (ଅପ୍‌ଷ୍ଟ୍ରିମ୍‌) ଏବଂ ଦ୍ୱିତୀୟ ପର୍ଯ୍ୟାୟରେ....

hfshshsfffh

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ବୃହତ୍‌ ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ୨୩୦ କୋଟି ଟଙ୍କାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଅସ୍ତିଆ ପୋଲର ପୂର୍ବ ଦିଗରେ ୪ କିଲୋମିଟର (ଅପ୍‌ଷ୍ଟ୍ରିମ୍‌) ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଦିଗରେ ୪ କିଲୋମିଟର (ଡାଉନ୍‌ଷ୍ଟ୍ରିମ୍‌) ଅଞ୍ଚଳରେ ଏହି ଉନ୍ନୟନମୂଳକ କାର୍ଯ୍ୟ ହେବ। ଏହି ପ୍ରକଳ୍ପ ମଧ୍ୟମରେ ସ୍ଥାନୀୟ ଅର୍ଥନୀତି, ପର୍ଯ୍ୟଟନ, ବନ୍ୟାଜଳ ପରିଚାଳନା, ପାନୀୟ ଜଳ ଯୋଗାଣ ସହ ପରିବେଶ ସୁରକ୍ଷା ହୋଇପାରିବ।

ଖର୍ଚ୍ଚ ହେବ ୨୩୦ କୋଟି
୧୭୦ ଏକର ଜମିରେ ‌ହେବ ବିଭିନ୍ନ ପ୍ରକଳ୍ପ
ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟନକୁ ଗୁରୁତ୍ବ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିରୀକ୍ଷଣ କମିଟି ଗଠିତ

ଆଜି ଜିଲ୍ଲାପାଳ ହେମକାନ୍ତ ସୟେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଇଏମ୍‌ସିର ନିର୍ଦ୍ଦେଶକ ଗୋପେଶ ଶ୍ରୀବାସ୍ତବ, ସିଇଓ ଚିନ୍ମୟ ତ୍ରିପାଠୀ ଓ ଅର୍ବାନ ପ୍ଲାନର ରୁପିନ୍ଦର କୌରଙ୍କ ସହ ଜିଲ୍ଲାର ଲାଇନ୍‌ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ହୋଇଛି। ସୂଚନା ଅନୁଯାୟୀ; ଏହି ପ୍ରକଳ୍ପ ୧୭୦.୮ ଏକର ଜମିରେ ବିସ୍ତାରିତ ହେବ। ନଦୀକୂଳରେ ୮.୫ ଏକର ଜମିରେ ଚିତ୍ତବିନୋଦନ ପାଇଁ ଥିମ୍‌ ପାର୍କ, ୫.୫ ଏକର ଜମି‌ରେ ଏକାଧିକ କ୍ଷୁଦ୍ର ପ୍ରକଳ୍ପ, ୧୧.୭ ଏକର ଜମିରେ ରିକ୍ରିଏସନାଲ୍‌ କ୍ଲବ୍‌ ଓ କ୍ରୀଡ଼ା କେନ୍ଦ୍ର, ୭.୪ ଏକର ଜମିରେ ଦକ୍ଷତା ବିକାଶ କେନ୍ଦ୍ର, ୨୦.୪ ଏକର ଜମିରେ ସ୍ବତନ୍ତ୍ର ପାର୍କ, ୬୦ ଏକର ଜମିରେ ହୋଟେଲ୍‌, ରିସର୍ଟ, ୭.୨ ଏକର ଜମିରେ ଅନୁଭୂତିମୂଳକ ବିନୋଦନ କେନ୍ଦ୍ର, ୫.୬ ଏକର ଜମିରେ ବାଣିଜ୍ୟିକ ହାଟ, ଦୋକାନ, ଟ୍ରକ୍‌ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ଆତିଥ୍ୟ କ୍ଷେତ୍ରରେ ମୋଟ ୬୦ ଏକର ଜମି ବ୍ୟବହାର କରାଯିବ।

ଏହି ପ୍ରକଳ୍ପ ପାଇଁ ୩ ମାସରେ ପ୍ରାଥମିକ ସର୍ଭେ, ୬ ମାସ ମଧ୍ୟରେ ଡିପିଆର୍‌ ପ୍ରସ୍ତୁତି ଓ ଅଂଶୀଦାର ପରାମର୍ଶ ସହ ଯୋଜନା ଅନୁମୋଦନ ହେବ। ପରବର୍ତ୍ତୀ ୨ ମାସରେ ଠିକାଦାର ଚୟନ କରାଯାଇ ୨୪ ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରାଯିବ। ଏହି ସମସ୍ତ ପ୍ରକଳ୍ପର ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ନିରୀକ୍ଷଣ କମିଟି ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe