ତୀର୍ଥଯାତ୍ରାରେ ବ୍ରହ୍ମପୁରରୁ ବାହାରିଲେ ବରିଷ୍ଠ ନାଗରିକ

ଭେଲକାନି ଓ ତାେଞ୍ଜାର ଗଲେ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭକାମନା

ତୀର୍ଥଯାତ୍ରାରେ ବ୍ରହ୍ମପୁରରୁ ବାହାରିଲେ ବରିଷ୍ଠ ନାଗରିକ

ଭୁବନେଶ୍ବର : ତୀର୍ଥଯାତ୍ରା େଯାଜନାରେ ବରିଷ୍ଠ ନାଗରିକମାେନ ଆଜି େଭଲକାନି ଓ ତାେଞ୍ଜାର ଅଭିମୁେଖ ଯାତ୍ରା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ। ଯାତ୍ରୀମାନେ ସେମାନଙ୍କ ପ୍ରତିକ୍ରିୟାରେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ତୀର୍ଥଯାତ୍ରା ପାଇଁ ସେମାନଙ୍କ ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉେଲ୍ଲଖଯୋଗ୍ୟ, ୨୦୧୬ ଜୁଲାଇ ମାସରେ ଆରମ୍ଭ େହାଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧୦ଟି େଟ୍ରନରେ ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି। ଚଳିତବର୍ଷ ଆଉ ଦୁଇଟି ଟ୍ରେନରେ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅେଶାକ ପଣ୍ଡା, ପର୍ଯ୍ୟଟନ ସଚିବ ଓ ନିେର୍ଦଶକ ଉପସ୍ଥିତ ଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟମାେନ ଦୁଇମିନିଟ୍ ନିରବ ପ୍ରାର୍ଥନା କରି ପୁଲଵାମାେର ସହିଦ େହାଇଥିବା ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe