ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ: ଡବ୍ଲୁଓଡିସି ଅଧ୍ୟକ୍ଷଙ୍କୁ ଦାବିପତ୍ର

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ: ଡବ୍ଲୁଓଡିସି ଅଧ୍ୟକ୍ଷଙ୍କୁ ଦାବିପତ୍ର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ ସୋନଗଡ଼ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ ପାଇଁ ବଲାଙ୍ଗୀର ଗସ୍ତରେ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ସ୍ଥାନୀୟ ଲୋକେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ତ୍ରିପାଠୀ ଟିଟିଲାଗଡ଼ରୁ ବଲାଙ୍ଗୀର ଯାଉଥିବା ବେଳେ ଜାତୀୟ ରାଜପଥ ୨୬ର ସୋନଗଡ଼ ନଦୀ ପୋଲ ଉପରେ ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠ, ସାଲେପାଲି ସମିତି ସଭ୍ୟ ଲକ୍ଷ୍ମଣ ମେହେର, ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ସମିତି ସଭ୍ୟା ମିନା ସା, ଆନନ୍ଦିନୀ ଦଲାଇ, ଟୁନି ସାହୁ ଓ ସ୍ଥାନୀୟ ଚାଷୀମାନେ ଦାବିପତ୍ର  ପ୍ରଦାନ କରିଥିଲେ।

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ହେଲେ ଦେଓଗାଁ ବ୍ଲକ୍‌ର ୨୮ଟି ଗାଁ ଓ ବଲାଙ୍ଗୀର ବ୍ଲକ୍‌ର ୬ଟି ଗାଁର ୧୪ଶହ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ଏହାସହ ଗୁଡ଼ଭେଲା, ବଲାଙ୍ଗୀର ଓ ଦେଓଗାଁ ବ୍ଲକ୍‌ର ୫୮ଟି ଗାଁରେ ପାନୀୟ ଜଳ କଷ୍ଟ ଦୂର ହୋଇପାରିବ ବୋଲି ଲୋକେ ମତ ରଖିଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଶୀଘ୍ର ବ୍ୟାରେଜ ନିର୍ମାଣ ଦିଗରେ ପଦକ୍ଷେପ ନେବେ ବୋଲି ଉପସ୍ଥିତ ଥିବା ଲୋକଙ୍କୁ କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଚାଷୀ ବିଭୁ ରଣା, ଅରବିନ୍ଦ ସାହୁ, ହରେରାମ ଭୋଇ, ଜୟ ପ୍ରତାପ ସିଂହଦେଓ, ହୃଦାନନ୍ଦ ଗଡ଼ତ୍ୟା, ସନ୍ତୋଷ ପଧାନ, ଡମ୍ବରୁଧର ପଧାନ, କାର୍ତ୍ତିକ ମଲ୍ଲିକ, ଅକ୍ଷୟ ପୁଟା, ପ୍ରମୋଦ ସାହୁ, ପ୍ରମୋଦ ରଣାଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe