ବାର ଉପରେ ଚଢ଼ାଉ ବେଳେ ବାଧା ଦେବା ଘଟଣା: ୫ ଗିରଫ, ବାର୍ ସିଲ୍

Advertisment
ବାର ଉପରେ ଚଢ଼ାଉ ବେଳେ ବାଧା ଦେବା ଘଟଣା: ୫ ଗିରଫ, ବାର୍ ସିଲ୍

ଚନ୍ଦ୍ରଶେଖରପୁର: କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ପଟିଆ ଅଞ୍ଚଳର ବାର ଉପରେ ଚଢ଼ାଉ ବେଳେ ବାଧା ଦେବା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଏମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି। ଗତକାଲି ୪ଟି ବାର ଉପରେ କମିସନରେଟ୍ ପୁଲିସ ଓ ବିଏମସି ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା ।
ଏହି ସମୟରେ ଚଢାଉ କରିବାକୁ ଯାଇ ହଟ୍ଟହଟା ହୋଇଥିଲେ ବିଏମସି ଅଧିକାରୀ। ଚଢାଉ ସମୟରେ ବିଏମସି ଗାଡ଼ି ଦେଖି ହୋଟେଲ ସିକ୍ୟୁରିଟି ଗାର୍ଡ ଲିଫ୍ଟ ବନ୍ଦ କରି ଦେଇଥିଲେ । ଫଳରେ ବିଏମସିର ଦୁଇ ଅଧିକାରୀ ଲିଫ୍ଟରେ ଫସି ରହିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବିଏମସି ଜୋନାଲ କମିସନର ଅଂଶୁମାନ ରଥ କହିଛନ୍ତି, ପ୍ରାୟ ୪୦ ମିନିଟ ଧରି ଲିଫ୍ଟରେ ଫସି ରହିଥିବା ବେଳେ ଅଣନିଶ୍ୱାସୀ ହୋଇପଡ଼ିଥିଲେ ୨ ଅଧିକାରୀ। କେବଳ ଫାଙ୍କ ବାଟେ ନିଶ୍ୱାସ ନେଉଥିବା ବେଳେ ପାୱାର ବ୍ୟାକଅପ ବି ଦେଇନଥିଲେ ବାର କର୍ତ୍ତୃପକ୍ଷ। ପରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ ବାରକୁ ସିଲ୍ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ମ୍ୟାନେଜର ଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଉକ୍ତ ବାରରେ ଲକଡାଉନ୍ ସମୟରେ ପୂବର୍ରୁ ୪ ଥର ଚଢ଼ାଉ ହୋଇଛି। ମାତ୍ର ଏତେ ସଂଖ୍ୟକ ଗ୍ରାହକ ନ ଥିବାରୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe