ବର୍ଷା-ଅନୁଭବ ବିବାଦ: ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା, ପରିବାର ଅଦାଲତରେ ଶୁଣାଣି ଚାଲିବ

Advertisment
ବର୍ଷା-ଅନୁଭବ ବିବାଦ: ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା, ପରିବାର ଅଦାଲତରେ ଶୁଣାଣି ଚାଲିବ

କଟକ: ଅନୁଭବ-ବର୍ଷା ମାମଲାର ଶୁଣାଣି କଟକ ପରିବାର ଅଦାଲତରେ ଚାଲିବ। ପରିବାର ଅଦାଲତ ମାମଲାର ଶୁଣାଣି ଉପରେ କୌଣସି ପ୍ରକାର ରହିତାଦେଶ ଜାରି କରାଯାଇ ନାହିଁ। ତେଣୁ ଶୁଣାଣିରେ ଅଗ୍ରଗତି ହୋଇ ପାରିବ ବୋଲି ଆଜି ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅନୁଭବ ମହାନ୍ତିଙ୍କ ଆବେଦନର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ୨୦୨୩ ଜାନୁଆରି ୧୩ର ଅନ୍ତରୀଣ ନିର୍ଦ୍ଦେଶ ପରେ ପରିବାର ଅଦାଲତ ମାମଲାର ଶୁଣାଣି ଆଗୁକୁ ଚାଲିବ ବା ନାହିଁ ସେ ‌େନଇ ଦ୍ବନ୍ଦ୍ବ ରହୁଛି।
ଅନ୍ୟପକ୍ଷରେ ଜାନୁଆରି ୧୩ରେ ପରିବାର ଅଦାଲତଙ୍କ ୨୦୨୨ ନଭେମ୍ବର ୩ ଓ ଡିସେମ୍ବର ୨୦‌ର ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରାଯାଇଥିଲା। ପରିବାର ଅଦାଲତରେ ବିଚାରାଧୀନ ମାମଲା ଶୁଣାଣି ଉପରେ କୌଣସି ପ୍ରକାର ଅଙ୍କୁଶ ଜାରି କରାଯାଇ ନଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ପରିବାର ଅଦାଲତରେ ମାମଲାର ଶୁଣାଣିରେ ଅଗ୍ରଗତି ହୋଇ ପାରିବ ବୋଲି ହାଇକୋର୍ଟ ଆଜି କହିଥିଲେ। ଅନୁଭବଙ୍କ ମୂଳ ଆବେଦନର ଶୁଣାଣି ଆଜି ଘୁଞ୍ଚିଥିବା ବେଳେ ଜାନୁଆରି ୧୩ର ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe