ଅକ୍ଟୋବର ୧୬ରେ ବର୍ଷା ପ୍ରିୟଦର୍ଶିନୀଙ୍କ ଟ୍ରାନ୍ସଫର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଅକ୍ଟୋବର ୧୬ରେ ବର୍ଷା ପ୍ରିୟଦର୍ଶିନୀଙ୍କ ଟ୍ରାନ୍ସଫର ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

YouTube

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅକ୍ଟୋବର ୧୬ରେ ମାମଲାର ଶୁଣାଣି ହେବ ବୋଲି ଜଣା ପଡ଼ିଛି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ହୃଷୀକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ହେବ। ଗତମାସ ୧୬ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ବାରା ସ୍ଥାନୀୟ ପଟିଆଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ବାରା ଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଯେଉଁ ମାମଲା ଦାୟର କରିଛନ୍ତି, ତାକୁ ବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନ ହେବା ସମ୍ଭବ ନୁହେଁ ବୋଲି ବର୍ଷା ଟ୍ରାନ୍ସଫର ପିଟିସନରେ ଦର୍ଶାଇଥିଲେ। ଅପରପକ୍ଷେ ଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲ କରି ତାଙ୍କର ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁ ସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଛନ୍ତି।

publive-image SheThePeople.TV

ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଦିଲ୍ଲୀର ପଟିଆଲା ହାଉସ ପାରିବାରିକ ଅଦାଲତ ଅନୁଭବଙ୍କ ଦ୍ବାରା ଜୁଲାଇ ୧୬ରେ ଦାଖଲ କରାଯାଇଥିବା ଛାଡ଼ପତ୍ର ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରି ଡିସେମ୍ବର ୧୦‌ରେ ବର୍ଷାଙ୍କୁ ପଟିଆଲା ହାଉସ ପାରିବାରିକ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe