ଅନୁଭବ ଆସିଲେ, ବର୍ଷା ଆସିଲେନି; ଆଜି ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

Advertisment
ଅନୁଭବ ଆସିଲେ, ବର୍ଷା ଆସିଲେନି; ଆଜି ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

Knowledia News

କଟକ : କଟକ ପରିବାର ଅଦାଲତରେ ଗୁରୁବାର ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲାବେଳେ ବର୍ଷା ଆସିନଥିଲେ। ତେବେ, ଛାଡ଼ପତ୍ର ମାମଲା ସହିତ ଅନୁଭବଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନ ଉପରେ ବର୍ଷାଙ୍କ ପକ୍ଷରୁ ଲିଖିତ ଆପତ୍ତି ଓକିଲଙ୍କ ଜରିଆରେ ଦାଖଲ କରାଯାଇଛି। ଏଥିସହିତ ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଉପରେ ଆସ୍ଥା ନାହିଁ ବୋଲି ଦର୍ଶାଯାଇ ଅନୁଭବଙ୍କ ପକ୍ଷରୁ ଦାୟର କରାଯାଇଥିବା ଆବେଦନ ଉପରେ ବର୍ଷାଙ୍କ ପକ୍ଷରୁ ଆପତ୍ତି କରାଯାଇଛି। ଆଜି ଉଭୟ ହାଜର ହେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ବର୍ଷା-ଅନୁଭବ ପରିବାର ଅଦାଲତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାକୁ ନେଇ ବର୍ଷା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନୁଭବ ଏକ ଆବେଦନ ଦାଖଲ କରିଥିଲେ। ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଉପରେ ଆସ୍ଥା ନାହିଁ ବୋଲି ଅନୁଭବଙ୍କ ଆବେଦନରେ ଦର୍ଶାଯାଇଥିଲା। ଅନୁଭବଙ୍କ ଏହି ଆବେଦନ ଉପରେ ଶୁଣାଣି ପାଇଁ ଆଜି ଦିନଧାର୍ଯ୍ୟ କରାଯାଇଥିଲା। ‌ତେବେ, ଆଜିର ଶୁଣାଣି ସମୟରେ ଅନୁଭବ ଉପସ୍ଥିତ ଥିବାବେଳେ ବର୍ଷା ଅନୁପସ୍ଥିତ ଥିଲେ। ପରିବାର ଅଦାଲତ ମାମଲାରେ ଦୁଇ ପକ୍ଷ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଉଚିତ ବୋଲି ଅନୁଭବଙ୍କ ପକ୍ଷରୁ ଦର୍ଶାଯିବା ସହିତ ଆଜି ବର୍ଷାଙ୍କ ଅନୁପସ୍ଥିତି ପ୍ରସଂଗରେ ପ୍ରଶ୍ନ ଉଠାଯାଇଥିଲା। ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶୁକ୍ରବାର ଦିନ ମାମଲାର ଶୁଣାଣି ସମୟରେ ଅନୁଭବ ଓ ବର୍ଷାଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପୋସ ବୁଝାମଣା ସଂକ୍ରାନ୍ତରେ ଉଭୟଙ୍କ ମତ ତଥା ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ପ୍ରସଂଗରେ ଶୁକ୍ରବାର ପରିବାର ଅଦାଲତରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ବର୍ଷାଙ୍କ ତରଫରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe