ନବୀନ ନିବାସରେ ନବନିର୍ବାଚିତ ବର୍ଷା ସିଂ ବରିହା

Advertisment
ନବୀନ ନିବାସରେ ନବନିର୍ବାଚିତ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେଲା ପରେ ବର୍ଷା ସିଂ ବରିହା ଆଜି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚିଛନ୍ତି। ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ପହଞ୍ଚିଥିଲେ। ସେ ଦଳୀୟ ନେତାଙ୍କ ସହିତ ପହଞ୍ଚିଥିଲେ। ତାଙ୍କ ସହିତ  ପଶ୍ଚିମ ଓଡ଼ିଶାର ଜଣାଶୁଣା‌ ନେତାନେତ୍ରୀ ଟୁକୁନି ସାହୁ, ରୀତା ସାହୁ, ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନ୍ୟ  ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।

ନବୀନ ନିବାସରେ ବର୍ଷା ସିଂ ବରିହାଙ୍କୁ ପୁଷ୍ପଗୁଚ୍ଛ ଦେଇ ତୁଙ୍ଗ ନେତାମାନେ ଶୁଭେଚ୍ଛା ଓ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ ବର୍ଷା ସିଂ ବରିହା ଆଶୀର୍ବାଦ ନେଇଥିଲେ। ପଦ୍ମପୁରର ବିକାଶ ନେଇ ନବୀନଙ୍କ ଠାରୁ ପରାମର୍ଶ ନେଇଥିଲେ।

ସୂଚନାଯୋଗ୍ୟ, ପଦ୍ମପୁରରେ ବିଜେଡିର ଚମକ ବଜାୟ ରହିଛି। ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍‌ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍‌ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟ୍‌ରେ ସୀମିତ ରହିଛନ୍ତି। କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍‌ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍‌ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe