ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲାରେ ଜିଲ୍ଲା ଅଦାଲତଙ୍କ ରାୟ : ସାଂସଦ ଅନୁଭବଙ୍କ ଘରେ ରହିବେ ଅଭିନେତ୍ରୀ ପତ୍ନୀ ବର୍ଷା

Advertisment
ବର୍ଷା-ଅନୁଭବ ମାମଲା: ବର୍ଷାଙ୍କ ପୁଲିସ ସୁରକ୍ଷା ହଟାଇବା ପ୍ରସଙ୍ଗରେ ଶୁଣାଣି ଶେଷ

କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି। ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଛନ୍ତି। ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିବେ। କଟକ ଜିଲ୍ଲା ଜଜ୍‌ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲ୍ଲା ଜଜ୍‌ ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି। ସୂଚନାଯୋଗ୍ୟ, ଏସ୍‌ଡିଜେଏମ୍‌ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ହେବ।

ପୂର୍ବରୁ ଅନୁଭବ ଦାଖଲ କରିଥିବା ଏକ ପିଟିସନ୍‌କୁ ଏସଡିଜେଏମ୍‌ ଗ୍ରହଣ କରି ଶାଶୂଘର ଛାଡିବାକୁ ବର୍ଷାଙ୍କୁ ନିର୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ, ବର୍ଷାଙ୍କ ଘରଭଡା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହେବ। ପ୍ରଥମ ମାସିକ ଘରଭଡା ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଅନୁଭବଙ୍କ ଘର ବର୍ଷା ଛାଡ଼ିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe