ଭୁବନେଶ୍ବର : ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂହ ବରିହା ଆସନ୍ତା ସୋମବାର ବିଧାୟକ ଭାବେ ଶପଥ ନେବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ବିଧାନସଭାରେ ଶପଥ ପାଠ କରାଇବେ। ଶପଥ ନେବା ପୂର୍ବରୁ ଆଜି ବର୍ଷା ବାଚସ୍ପତି ଶ୍ରୀ ଆରୁଖଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କୁ ଭେଟିବା ପରେ ବର୍ଷା କହିଛନ୍ତି ଯେ ମୁଁ ଆଜି ବାଚସ୍ପତିଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବିଧାନସଭାରେ ଶପଥ ଗ୍ରହଣ କରିବି ବୋଲି ବାଚସ୍ପତି କହିଛନ୍ତି। ଏହି ଅବସରରେ ବର୍ଷା କହିଛନ୍ତି ଯେ ପଦ୍ମପୁରବାସୀଙ୍କ ଆର୍ଶୀବାଦ ପାଇ ମୁଁ ଆଜି ଏଠି ଠିଆ ହୋଇଛି। ମୁଁ ଲୋକଙ୍କ ପାଖକୁ ଯାଇ ତୃଣମୂଳ ସ୍ତରରେ କାମ କରିବି।
ସୋମବାର ଶପଥ ନେବେ ବର୍ଷା
Advertisment
Follow Us