ବର୍ଷାଙ୍କ ଘରୋଇ ହିଂସା ମାମଲା : ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ

ଅନୁଭବ-ବର୍ଷାଙ୍କୁ ଝଟକା: ଛାଡ଼ପତ୍ର ଓ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ଆବେଦନ ଖାରଜ କଲେ ପରିବାର ଅଦାଲତ

କଟକ : ଘରୋଇ ହିଂସା ଅଭିଯୋଗ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାର ଆଜି ଅଦାଲତରେ ଶୁଣାଣି ହୋଇଛି। ବର୍ଷା ଓ ଅନୁଭବ ଦାଖଲ କରିଥିବା ପୃଥକ ପିଟିସନ୍ ଉପରେ ଆଜି ଶୁଣାଣି ହୋଇଥିଲା। ଅନୁଭବଙ୍କ ପକ୍ଷରୁ ଆଜି ଅଦାଲତରେ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୮କୁ ଧାର୍ଯ୍ୟ କରାଯାଇଛି।

ଘରୋଇ ହିଂସା ସଂପର୍କିତ ମାମଲାର ଆପୋସ ସମାଧାନ ସମ୍ଭାବନାକୁ ଦୃଷ୍ଟିରେ ରଖି ବର୍ଷା ଅନୁଭବଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୨ ତାରିଖ ଦିନ ବର୍ଷା ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିବାବେଳେ ଅନୁଭବ କିନ୍ତୁ ଆସି ନଥିଲେ। ଅନୁଭବ ଅଧିକ ସମୟ ଲୋଡ଼ି ପିଟିସନ ଦାଖଲ କରିଥିଲେ। ମଧ୍ୟସ୍ଥତା କେନ୍ଦ୍ରରେ ବର୍ଷା-ଅନୁଭବଙ୍କୁ ଫେବ୍ରୁଆରି ୨୩ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe