ବରୁଣେଶ୍ବର ପୀଠରେ ସଫେଇ

Advertisment
ବରୁଣେଶ୍ବର ପୀଠରେ ସଫେଇ

ଯାଜପୁରଟାଉନ/ସଦର: ଯାଜପୁରର ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ବାବା ବରୁଣେଶ୍ୱରଙ୍କ ପୀଠରେ ସଫେଇ କାର୍ଯ୍ୟ କରାଯାଇଛି। ଗତକାଲି ଶିବରାତ୍ରି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ଚତୁଃପାର୍ଶ୍ବରେ ପଡ଼ିଥିବା ଆବର୍ଜନାକୁ ଅନୁଷ୍ଠାନର ସଦସ୍ୟମାନେ ମିଳିତ ହୋଇ ସଫେଇ କରିଥିଲେ।

ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ଉପଦେଷ୍ଟା ହରିହରି ସ୍ୱାଇଁ, ଦିବାକର ମିଶ୍ର, ସେକ୍ ଅବ୍ଦୁଲ୍ ସାଜିଦ୍ (ଚାନ୍ଦ ବାବୁ), ଗୌତମ ବିକାଶ ମହାନ୍ତି, ଭରତ ଚନ୍ଦ୍ର ବେହେରା, ସୁରଜ କୁମାର ପଣ୍ଡା, ଉପେନ୍ଦ୍ର କୁମାର ଜେନା, ତାରାକାନ୍ତ ମଲ୍ଲିକ, ସୁଶାନ୍ତ କୁମାର ନାୟକ, ରଜନୀକାନ୍ତ ସାହୁ, ସୁକାନ୍ତ  କୁମାର ରାଉତ, ଗୋପାଳ ଚନ୍ଦ୍ର ବେହେରା, ମହେଶ୍ କୁମାର ଦାସ, ଆକାଶ ମଲ୍ଲିକ, ତପସ୍ୱିନୀ ମଲ୍ଲିକ, ମାମାଲି ସାହୁ, ଲିଜାରାଣୀ ଦାସ, ସ୍ବପ୍ନାରାଣୀ ମଲ୍ଲିକ, ରିତୁପ୍ରଭା ମଲ୍ଲିକ, ସ୍ମୃତି ମଲ୍ଲିକ, ଦେବୀ ବେହେରା, ଗିରାଜାରାଣୀ ଦାସ, ଶୁଭଲକ୍ଷ୍ମୀ ବେହୁରିଆ, ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ଆଶାଲତା ମଲ୍ଲିକ ଏଥିରେ ସାମିଲ ହୋଇଥିଲେ। ସମ୍ପାଦକ ଅଭିମନ୍ୟୁ ମିଶ୍ର ସଫେଇ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe