ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ଙ୍କ ଇସ୍ତଫା

ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ଙ୍କ ଇସ୍ତଫା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କଂଗ୍ରେସ ସଭାପତି ପଦରୁ ବସନ୍ତ ମହାକୁଡ଼ ଇସ୍ତଫା ପ୍ରଦାନ କରିଛନ୍ତି । ସେ ବ୍ୟକ୍ତି ଗତ କାରଣରୁ ଇସ୍ତଫା ପ୍ରଦାନ କରିଥିବା କହିଥିବା ବେଳେ ଦଳରେ ସାଧାରଣ ସଦସ୍ୟ ଭାବେ ରହିବେ ବୋଲି କହିଛନ୍ତି।

ରବିବାର ରାତିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ‌ଯୁବନେତା ପ୍ରଦୀପ ସେଠୀଙ୍କ ନାମ ଘୋଷଣା କରିଥିଲା । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ତିନି ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ । ସେମାନଙ୍କ ମଧ୍ୟରେ ସୋନପୁରର ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ତଥା ୨୦୧୯ରେ ପ୍ରାର୍ଥୀ ହୋଇଥିବା ବିନୋଦ କୁମାର ପାତ୍ର, ବରିଷ୍ଠ କଂଗ୍ରେସ ନେତା ଭୋଳା ନାଥ ସାଗର ଓ ଯୁବ ନେତା ପ୍ରଦୀପ କୁମାର ସେଠୀ ଟିକଟ ଲବିରେ ଥିଲେ। ପ୍ରଦିପ ସେଠୀଙ୍କ ନାମରେ ଦଳ ମୋହର ମାରିବା ପରେ ବିନୋଦ ପାତ୍ରଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି। ଯାହାର ପ୍ରଭାବରେ ବସନ୍ତ ମହାକୁଡ଼ ଇସ୍ତଫା ଦେଇଥିବା ସାଧାରଣରେ ଆଲୋଚନା ହେଉଛି।

ଅପରପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ସୋମବାର ବୀରମହାରାଜପୁର ଆସି ବିଭିନ୍ନ ମନ୍ଦିର ଦର୍ଶନ କରିବା ସହିତ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନଙ୍କୁ ସାକ୍ଷାତ କରି ସମସ୍ତଙ୍କ ଆଶୀର୍ବାଦ ନେଇଛନ୍ତି। ଏପରିକି ବ୍ଳକ କଂଗ୍ରେସ ସଭାପତି ବସନ୍ତ ମହାକୁଡ଼ଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ପ୍ରଚାରକୁ ଆଗକୁ ନେବାପାଇଁ ଦଳୀୟ କାର୍ଯ୍ୟାଳୟ ମଧ୍ୟ ଠିକ୍ କରାଯାଇଛି। ଖୁବ୍ ଶୀଘ୍ର କାର୍ଯ୍ୟ।ଳୟ ଖୋଲାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe