ଅନାହାର ମୃତ୍ୟୁ ଅପେକ୍ଷାରେ ବାସନ୍ତୀ!

ଅନାହାର ମୃତ୍ୟୁ ଅପେକ୍ଷାରେ ବାସନ୍ତୀ!

ଖୁଣ୍ଟା: ଗରିବ ଅସହାୟଙ୍କ ପାଇଁ ସରକାରଙ୍କର କେତେ କଣ ଯୋଜନା ରହିଛି। ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଭୋଳାଗଡ଼ିଆ ଗ୍ରାମର ବାସନ୍ତୀ ମୁର୍ମୁ (୬୦) ଏ ସବୁଥିରୁ ବଞ୍ଚିତ ହୋଇ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି।

ଯୁବାବସ୍ଥାରେ ସଂସାର ଗଢ଼ିଥିଲେ ବାସନ୍ତୀ। ତେବେ ମାତୃତ୍ୱ ଲାଭ ପରେ ସବୁ କିଛି ଓଲଟ ପାଲଟ ହୋଇଗଲା। କ୍ରମାଗତ ଭାବେ ବାସନ୍ତୀଙ୍କ ଗର୍ଭରୁ ଜନ୍ମ ନେଇଥିବା ତିନିଟି ରୋଗୀଣା ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଲା। ଏହାପରେ ବାସନ୍ତୀ ଏକ କନ୍ୟାସନ୍ତାନକୁ ଜନ୍ମ ଦେଲେ। ଝିଅଟି ସୁସ୍ଥସବଳ ହୋଇଥିବାରୁ ତାଙ୍କ ପରିବାରରେ ହସଖୁସି ଫେରିଆସିବ ବୋଲି ଆଶା ଥିଲା। ହେଲେ ଝିଅ ଜନ୍ମ ହେବାପରେ ତାଙ୍କ ହାତ ଛାଡ଼ି ଆଉ ଜଣେ ମହିଳାଙ୍କୁ ଘରେ ଆଣି ରଖିଲେ ସ୍ବାମୀ। ବାସନ୍ତୀଙ୍କୁ ଘରୁ ତଡ଼ି ଦେଲେ।

publive-image

ଇତିମଧ୍ୟରେ ବାସନ୍ତୀଙ୍କ ଝିଅ ବାହାସାହା ‌ହୋଇ ଘରସଂସାର କଲାଣି। ହେଲେ ବାସନ୍ତୀ ସମ୍ପୂର୍ଣ୍ଣ ଅସହାୟ। ରହିବା ଖାଇବାର ଠିକଣା ନାହିଁ। ଗାଁକୁ ଗାଁ ବୁଲି ଭିକ ମାଗି ଚଳୁଛନ୍ତି, ଯେଉଁଠି ରାତି ହେଲା ସେଇଠି ଶୋଇ ପଡ଼ୁଛନ୍ତି। ବୟସାଧିକ୍ୟ କାରଣରୁ ରୋଗବ୍ୟାଧି ଗ୍ରାସିଲାଣି। ଚଲାବୁଲା କରିବାକୁ ଦେହ‌ରେ ବଳ ନାହିଁ। ତେଣୁ ସେ ଅନାହାରରେ ଆଖି ବୁଜିବା ଆଗରୁ ବ୍ଲକ୍‌ ପ୍ରଶାସନ ତାଙ୍କ ଉପରେ କୃପା ଦୃଷ୍ଟି ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe