ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପସଭାପତି ହେଲେ ବାସନ୍ତୀ ପ୍ରଧାନ   

Advertisment
ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପସଭାପତି ହେଲେ ବାସନ୍ତୀ ପ୍ରଧାନ   

Helpmecovid

ରିଆମାଳ: ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଉପସଭାପତି ଭାବେ ବାସନ୍ତୀ ପ୍ରଧାନ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ପ୍ରଧାନ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟିଙ୍କବୀର ଗ୍ରାମର ବସନ୍ତ ପ୍ରଧାନଙ୍କ ପତ୍ନୀ ଅଟନ୍ତି।  ସେ ବିଜେଡି ସମର୍ଥିତ ପ୍ରାର୍ଥିନୀ ଥିଲେ।

ମଙ୍ଗଳବାର ବରଗଡ଼ ମୁଖ୍ୟ କାର୍ଯ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜୟ ଖବର ପ୍ରଚାର ପରେ ବିଜେଡି ସମେତ ଦେବଗଡ଼ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଦେବଗଡ଼ ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ଶୁଭେଛା ଜଣାଇଥିଲେ। ଆଗାମୀ ଦିନରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସୁଧାର ପାଇଁ  କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe