ବାସୁଦେବପୁର : ବସ ମଧ୍ୟରେ ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

Advertisment
ବାସୁଦେବପୁର : ବସ ମଧ୍ୟରେ ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାସୁଦେବପୁର : ବସ ମଧ୍ୟରେ ମହିଳାଙ୍କୁ ଅସଦାଚରଣ କରିବାରୁ ବସ ଅଟକାଇ ଗ୍ରାମବାସୀମାନେ ଅଭିଯୁକ୍ତକୁ ନିର୍ଧୁମ ଛେଚିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଳକ ପଦ୍ମପୁର ପଞ୍ଚାୟତ ପଦ୍ମପୁର ବଜାରର କିଛି ଦୂରରେ। ସୂଚନା ଅନୁସାରେ ଚକାଡ଼ୋଳା ନାମକ ଏକ ଘରୋଇ ବସ ଭଦ୍ରକରୁ ବାସୁଦେବପୁର ଯିବା ବେଳେ ପ୍ରବଳ ଭିଡ଼ ଥିଲା। ତାହାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କୁ ଅସଦାଚରଣ କରିଥିବାର ମହିଳା ଜଣକ କହିବାରୁ ତାଙ୍କ ସ୍ଵାମୀ ସହିତ କିଛି ଗ୍ରାମବାସୀ ଯୁବକଙ୍କୁ ଟଣା ଓଟରା କରିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି କରୋନା କଟକଣା ଥିବା ସମୟରେ ଏହି ଘରୋଇ ବସଗୁଡିକ ନିଜର ସିଟ୍‌ ଠାରୁ ଅଧିକ ଯାତ୍ରୀ କିପରି ନେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe