ବାସୁଦେବପୁର ତହସିଲଦାର କରୋନା ପଜିଟିଭ ଚିହ୍ନଟ ହେବା ପରେ ତହସିଲ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ

Advertisment
ବାସୁଦେବପୁର ତହସିଲଦାର କରୋନା ପଜିଟିଭ ଚିହ୍ନଟ ହେବା ପରେ ତହସିଲ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ କରୋନ ସଂକ୍ରମଣ ହୋଇଥିବା ଜଣାଯାଇଛି । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି କରୋନା ପରୀକ୍ଷା କରାଇ ନେବା ସହ ଘରେ ରୁହନ୍ତୁ ।

ସୂଚନାଯୋଗ୍ୟ ପୂର୍ବରୁ ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କୁ କରୋନା ସଂକ୍ରମଣ ହୋଇଥିଲା । ସେହି ସମୟରେ ମଧ୍ୟ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe