କଳିଙ୍ଗାରେ ବସୁଧା ଯୋଜନା ଫେଲ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପାଣି

Advertisment
କଳିଙ୍ଗାରେ ବସୁଧା ଯୋଜନା ଫେଲ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପାଣି

ଘୁ.ଉଦୟଗିରି: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗେଇ ଦେବା ନିମନ୍ତେ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ଇଣ୍ଟେକ ୱେଲ, ବୋର ୱେଲ, ପାଇପ ଲାଇନ ବିଛେଇବା, ଓଭର ହେଡ ଟ୍ୟାଙ୍କ ଭଳି ବହୁ କାର୍ଯ୍ୟ କରି ଲୋକଙ୍କ ପାଇଁ ଘରେ ଘରେ ପିଇବା ପାଣି ଯୋଗେଇବା ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରୁ ସାଧାରଣ ଲୋକ ସୁଫଳ ପାଇ ପାରୁନଥିବା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମରେ। ଘୁମୁସର ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ହେଉଛି ଏହାର ବଳିଷ୍ଠ ଉଦାହରଣ।

କଳିଙ୍ଗା ଗ୍ରାମ ପଞ୍ଚାୟତ ର ୭ନଂ ୱାର୍ଡରେ ବସୁଧା ଯୋଜନା ଫେଲ୍‌ ମାରିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପିଇବା ପାଣି ନିମନ୍ତେ ବସୁଧା ଯୋଜନାର ବ୍ୟବସ୍ଥା କରିଛନ୍ତି ଗାଁ ଗାଁ ରେ ପାଇପ ଯୋଗେ ପାଣି ଯୋଗେଇବା ନିମନ୍ତେ ପାଇପ ବିଛା ହୋଇଛି ୧୫ଦିନ ହେଲା ପାଇପ ଯୋଗେ ପାଣି ଯୋଗାଣ ବନ୍ଦ ରହିଛି।

ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବର୍ତ୍ତମାନ ପିଇବା ପାଣି ନପାଇ କଳିଙ୍ଗା ଗ୍ରାମ ପଞ୍ଚାୟତର ୭ନଂ ୱାର୍ଡର ଅନେକ ସାହିର ଜନସାଧାରଣ ଡହଳ ବିକଳ ହେଉଛନ୍ତି। ଏହି ପାଣି  ଉପରେ କଳିଙ୍ଗା ୭ନଂ ୱାର୍ଡର ପ୍ରାୟ ୬୦ରୁ ଊର୍ଦ୍ଧ୍ବ ପରିବାର ଲୋକ ନିର୍ଭରଶୀଳ। କିନ୍ତୁ ପାଣି ନପାଇ କଳିଙ୍ଗାର କୁଅଁସାହି, ଗୌଡ଼ସାହି, ଡିଏଭି, ମେଡ଼ିକାଲ ଏବଂ ପାଖାପାଖି ଅନ୍ୟାନ୍ୟ ସାହିର ଜନସାଧାରଣ ବର୍ତ୍ତମାନ ବହୁତ ହଇରାଣ ହେଉଛନ୍ତି। ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଅନେକ ଜାଗାରେ ପାଣି ପାଇପରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି ତ କୋଉଠି ପାଇପ ଫାଟି ଗଲାଣି। ଏହାର ମରାମତି ପ୍ରତି ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ନାହିଁ।ନୂତନ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କ ଯେଉଁଭଳି ଆଗ୍ରହ ରହୁଥିଲା ଏହାର ତଦାରଖ ହେଉ କି ମରାମତି ତା ପ୍ରତି ଆଗ୍ରହ ନଥିବା ଭଳି ମନେ ହେଉଛି। ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବା ପରିତାପର ବିଷୟ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଵୃଦ୍ଧି ପାଉଠିବ ଥିବା ବେଳେ ଟୋପାଏ ପିଇବା ପାଣି ଯୋଗାଇ ଦେବାରେ ବିଭାଗୀୟ ଅଧିକାରୀ ମାନେ ବିଫଳ ହୋଇଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe