ବସୁମତୀ ଦେବୀଙ୍କ ପରଲୋକ

ସ୍ବର୍ଗତ କବି ତଥା ଶିକ୍ଷାବିତ ଦୈତାରୀ ନାୟକଙ୍କ ପତ୍ନୀ ବସୁମତୀ ଦେବୀ (୭୪)ଙ୍କର ବୁଧବାର ମଧ୍ୟରାତ୍ରିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୁନ୍ଦରଗଡ଼ରେ ଚିକିତ୍ସା କରାଯିବା ପରେ ରାତିରେ...

dddgdgdg

ବେହେରା/ରାଉରକେଲା: ସ୍ବର୍ଗତ କବି ତଥା ଶିକ୍ଷାବିତ ଦୈତାରୀ ନାୟକଙ୍କ ପତ୍ନୀ ବସୁମତୀ ଦେବୀ (୭୪)ଙ୍କର ବୁଧବାର ମଧ୍ୟରାତ୍ରିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୁନ୍ଦରଗଡ଼ରେ ଚିକିତ୍ସା କରାଯିବା ପରେ ରାତିରେ ରାଉରକେଲାସ୍ଥିତ ଆପୋଲୋ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିପ୍ଳବୀ କବି ସ୍ବର୍ଗତ ଅଖିଳ ନାୟକଙ୍କ ମାଆ ବସୁମତୀଙ୍କ ପାର୍ଥିବ ଶରୀର ତାଙ୍କ ଗାଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ରଇନଗୁଡ଼ାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା। ବନ୍ଧୁବାନ୍ଧବ, ପରିଜନ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ତାଙ୍କୁ ସମାଧି ଦିଆଯାଇଥିଲା।

ଶେଷଶଯ୍ୟା ନିକଟରେ ମଝିଆ ପୁଅ ତଥା ‘ସମ୍ବାଦ’ର ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ, ସାନପୁଅ କନକ ନ୍ୟୁଜ୍‌ର ସାମ୍ବାଦିକ ଚୂଳେନ୍ଦୁ ଭୂଷଣ ନାୟକ, ବଡ଼ଜ୍ୱାଇଁ ଦିବାକର ବାଗ, ମଝିଆ ଜ୍ୱାଇଁ ଧନୁର୍ଯ୍ୟ ଦୁର୍ଗା, ସାନଜ୍ୱାଇଁ ସୁଶୀଳ ନାଏକ, ୩ ଝିଅ, ୩ ବୋହୂ, ନାତିନାତୁଣୀ, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବସୁମତୀଙ୍କ ବିୟୋଗରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସଦର ବିଧାୟକ ସାଗରଚରଣ ଦାସ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିଭଳି ସିଡ୍ୟୁଲ୍‌ କାଷ୍ଟ୍‌ ଫେଡେରେସନ୍‌, ଦଣ୍ଡପାଟ ଆଞ୍ଚଳିକ ଡମ୍ବ ସମାଜ ଓ ଦଣ୍ଡପାଟ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe