Advertisment

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

Advertisment

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି...

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି...

12ammnzxpa

ଭୁବନେଶ୍ବର: ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ  ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା।  କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି। 

ସେହିପରି କିଛି ଗରୀବ ଶ୍ରେଣୀ ଲୋକଙ୍କୁ ୪ ଡେସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ ବୋଲି ରାଜସ୍ଵ ମନ୍ତ୍ରୀ  ସୁରେଶ ପୂଜାରୀ କହିଛନ୍ତି।

ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ।  ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ସରକାର ଯୋଗାଇ ଦେବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:  ସରକାରୀ ଚାକିରୀ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ବିଡ଼ିଏଠାରୁ ଅନୁମତି ନେଇ ଜଣେ ଜମିର କିଛି ଅଂଶ ବିକ୍ରି କରିପାରିବେ। କିନ୍ତୁ କେତେଟା ବିକ୍ରି ହୋଇଛି ତାର ଆମେ ରିପୋର୍ଟ ମାଗିଛୁ। ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଖଣ୍ଡଗିରି ସବ୍ ରେଜିଷ୍ଟ୍ରୀ ଅଫିସର ମହିଳା କିରାଣି ଲାଞ୍ଚ ନେବା ଘଟଣାରେ ତଦନ୍ତ ଚାଲିଛି। ଯେଉଁମାନେ ମନ୍ଦ ଉଦ୍ଦେଶ୍ଯ ରଖି ପାର୍ଟ ପ୍ଲଟ ପଞ୍ଜିକରଣ କରିଥିବେ ସେମାନେ ଆଶା ଠାରୁ ବି ଅଧିକ ଦଣ୍ଡ ପାଇବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଏବର୍ଷ ଆଉ ସ୍ବାଭାବିକ ହେବନି ବିମାନସେବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe