କବାଟବନ୍ଧ : ଦୁଇଦିନରେ ୫ ବାଦୁଡ଼ି ମୃତ

Advertisment
କବାଟବନ୍ଧ : ଦୁଇଦିନରେ ୫ ବାଦୁଡ଼ି ମୃତ

The Statesman

କବାଟବନ୍ଧ : ଦୀର୍ଘଦିନ ତଳୁ ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କବାଟବନ୍ଧ ବଣିସାହିର ବ୍ରାହ୍ମଣୀ ନଦୀବନ୍ଧ ଉପରେ ଥିବା ବର ଓ ଇନ୍ଦ ଗଛରେ ଶହଶହ ବାଦୁଡ଼ି ରହିଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ କୌଣସି ଉଦ୍ୟମ କରାଯାଉନଥିବାରୁ ଏହି ବିରଳପ୍ରାଣୀ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗତ ଦୁଇଦିନ ମଧ୍ୟରେ ୫ଟି ବାଦୁଡ଼ିଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ବାଦୁଡ଼ି ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟୁଛି ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏଠାରେ ୫ ହଜାରରୁ ଅଧିକ ବାଦୁଡ଼ି ରହୁଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୨୫ ପ୍ରତିଶତ କମିଯାଇଛି। ବାଦୁଡ଼ିମାନେ ରାତିରେ ଖାଦ୍ୟ ସଂଗ୍ରହ ପାଇଁ ବାହାରକୁ ଯାଉଥିବା ବେଳେ ଶିକାରୀ ଜାଲରେ ପଡ଼ୁଛନ୍ତି। କିଛି ଲୋକ ଏପରି ଜାଲ ପକାଇ ଧରୁଥିବା ବାଦୁଡ଼ିକୁ ଚଢ଼ା ଦାମରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ବାଦୁଡ଼ି ମାଂସ ଖାଇଲେ ଆଣ୍ଠୁଗଣ୍ଠି ବାତ, ଶ୍ବାସ ଭଳି ରୋଗ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହାର ସୁଯୋଗରେ ପକ୍ଷୀ ଶିକାରୀମାନେ ବାଦୁଡ଼ି ଶିକାର କରି ବିକ୍ରି କରିଦେଉଛନ୍ତି।

ଅନ୍ୟପକ୍ଷରେ ବାଦୁଡ଼ି ଅତ୍ୟଧିକ ଗ୍ରୀଷ୍ମ ସହି ପାରନ୍ତିନାହିଁ। ବିଶେଷ କରି ଝାଞ୍ଜିପବନ ହେଲେ ଏମାନେ ଗଛରୁ ପଡ଼ି ମରିଯାଆନ୍ତି। ଗତ ଦୁଇଦିନ ଭିତରେ ସେଭଳି ଗ୍ରୀଷ୍ମପ୍ରବାହ ହୋଇନଥିବା ବେଳେ ବାଦୁଡ଼ି ମୃତ୍ୟୁର କାରଣ କଣ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ବିରଳପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପ୍ରତିକାର କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe