ମତ୍ସ୍ୟ ଚାଷରେ ଉଦାହରଣ: ବଟକୃଷ୍ଣ ସାହୁ

ମତ୍ସ୍ୟ ଚାଷରେ ଉଦାହରଣ: ବଟକୃଷ୍ଣ ସାହୁ

ମାଛ ଜାଆଁଳ ଉତ୍ପାଦନ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବାଲିଅନ୍ତା ସରକଣା ପଞ୍ଚାୟତର ୬୯ ବର୍ଷୀୟ ବଟକୃଷ୍ଣ ସାହୁଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୧୯୮୮ ମସିହାରୁ ପଞ୍ଚାୟତ ପୋଖରୀରେ ସେ ମାଛ ଚାଷ ଆରମ୍ଭ କରିଥିଲେ। ସିଫାରୁ ଜାଁଆଳ ନେଇ ଚାଷ ଆରମ୍ଭ କରିଥିବା ବେଳେ ପ୍ରଥମେ ୩ଲକ୍ଷ ଜାଆଁଳ ଉତ୍ପାଦନ କରିଥିଲେ। ମାତ୍ର ଦେଢ଼ ଏକର ପୋଖରୀରୁ ଆରମ୍ଭ କରିଥିବା ମାଛ ଚାଷ ଏବେ ୧୦ ଏକରରେ ପହଞ୍ଚିଛି। ୧୫ଟି ପୋଖରୀରୁ ସେ ଏବେ ୨୦ କୋଟି ଜାଆଁଳ ଉତ୍ପାଦନ କରି ବିକ୍ରି କରୁଛନ୍ତି। ବଟକୃଷ୍ଣ ଓ ତାଙ୍କ ସହଯୋଗୀ ହୃଷିକେଶ ପଣ୍ଡାଙ୍କ ସମେତ ବଟକୃଷ୍ଣଙ୍କ ୩ ପୁଅ ମଧ୍ୟ ଏହି ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ଏହା ବ୍ୟତୀତ ଏହି ଜାଆଁଳ ଉତ୍ପାଦନ କେନ୍ଦ୍ରରେ କାମ କରି ୧୦ ଜଣ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe