ବାଟବଣା ମୋ ଘର ଯୋଜନା: ଆବେଦନ ୫ହଜାର, ମଞ୍ଜୁର ମାତ୍ର ୧୪

Advertisment

ବାଟବଣା ମୋ ଘର ଯୋଜନା, ଜମି ପଟ୍ଟା ସାଜୁଛି ପ୍ରତିବନ୍ଧକ

ବାଟବଣା ମୋ ଘର ଯୋଜନା, ଜମି ପଟ୍ଟା ସାଜୁଛି ପ୍ରତିବନ୍ଧକ

‘ମୋ ଘର’ ଯୋଜନା ପ୍ରହସନ: ବ‌ର୍ଷକରେ ଆବେଦନ ୭୩୦, ଅନୁମୋଦନ ୪୬୪, ମିଳିଛି ୧୨ଜଣଙ୍କୁ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଆଣ୍ଠେଇଛି ରାଜ୍ୟ ସରକାରଙ୍କ ‘ମୋ ଘର’ ‌ଯୋଜନା। ଯୋଜନାରେ ଘର କରିବାକୁ ଜିଲ୍ଲାର ଅଧିବାସୀ ଅମଙ୍ଗ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ ୫୨୬୨ଜଣ ଆବେଦନ କରିଛନ୍ତି। ପ୍ରଶାସନର ସର୍ଭେ ପରେ ବର୍ତ୍ତମାନ ସୁଦ୍ଧା ୩୦୨୩ଜଣଙ୍କୁ ଋଣ ପ୍ରଦାନ କରିବାକୁ ବିଭିନ୍ନ ବ୍ୟାଙ୍କକୁ ଚିଠି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୧୪ଜଣଙ୍କୁ ଋଣ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ସଚେତନତା ଅଭାବ, ଋଣ ଶୁଝିବା ପ୍ରକ୍ରିୟା ଓ ଋଣ ମଞ୍ଜୁର ପାଇଁ ଉଚିତ ଜମିପଟ୍ଟା ନଥିବା ଏହି ଯୋଜନା ପାଇଁ ବାଧକ ସାଜିଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ଗତ ଜୁନ୍‌ ମାସରେ ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ହିତାଧିକାରୀଙ୍କୁ ୧ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‌ଋଣ ଯୋଗାଇ ଦିଆଯାଉଛି। ତିନିଟି କିସ୍ତିରେ ଋଣ ଟଙ୍କା ହିତାଧିକାରୀ ପାଉଛନ୍ତି। ବିଭିନ୍ନ ବର୍ଗ ଅନୁସାରେ ରିହାତି ମଧ୍ୟ ରହିଛି। ପ୍ରଥମ ବର୍ଷ ଋଣ ଶୁଝିବାକୁ ପଡୁ ନଥିବା ବେଳେ ପରବର୍ତ୍ତୀ ୧୦ବର୍ଷରେ ସହଜ ମାସିକ କିସ୍ତିରେ ଋଣ ଶୁଝିବା ବ୍ୟବସ୍ଥା ରହିଛି। ଏଥିପାଇଁ ଗତ ଜୁନ୍ ୧୬ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଜନା ସମ୍ପର୍କରେ ସରକାର ସ‌ଚେତନତା କାର୍ଯ୍ୟ କରିଥିଲେ ସୁଦ୍ଧା ଯଥେଷ୍ଟ ଲୋକ ଏ ବିଷୟରେ ଅବଗତ ନଥିବା ଜଣାପଡିଛି। ଋଣ ଶୁଝିବା ବ୍ୟବସ୍ଥା ପ୍ରତି ଲୋକଙ୍କର ଅନାଗ୍ରହ ରହିଛି।

ଆଦିବାସୀ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ଲୋକଙ୍କ ପାଖରେ ଜଙ୍ଗଲ ଜମି ପଟ୍ଟା ରହିଛି। ଅନେକ ଭୂମିହୀନଙ୍କୁ ମଧ୍ୟ ସରକାର ଜମି ପଟ୍ଟା ଯୋଗାଇ ଦେଇଛନ୍ତି। ଆଉ କେତେକ ଦୀର୍ଘ ବର୍ଷ ଧରି ସରକାରୀ ଜମି ଅକ୍ତିଆର କରି ରହିଥିବାରୁ ସେମାନଙ୍କୁ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ଦିଆଯାଇଛି। ତେବେ ଏହିସବୁ ପଟ୍ଟାକୁ ବିନିଯୋଗ କରି ମୋ ଘର ଯୋଜନାରେ ଋଣ ଉଠାଇବା ସମ୍ଭବ ହେଉ ନଥିବା ଜଣାପଡିଛି। ଏହିସବୁ ପଟ୍ଟା ବନ୍ଧକ ଓ ବିକ୍ରି ଯୋଗ୍ୟ ହୋଇ ନଥିବାରୁ ସମସ୍ୟା ହେଉଥିବା ଜଣାପଡିଛି। ଏଭଳି ପଟ୍ଟାରେ ଋଣ ଯୋଗାଇବାକୁ ବ୍ୟାଙ୍କଗୁଡିକ ରାଜି ହେଉ ନାହାନ୍ତି। ଆଦିବାସୀ ବର୍ଗର ଆବେଦନକାରୀଙ୍କ ଜମି ପାଇଁ ବନ୍ଧକ କଟକଣା ରହିଥିବାରୁ ସେମାନେ ମଧ୍ୟ ଯୋଜନାରୁ ବଞ୍ଚିତ ହେଉଥିବା ଜଣାପଡିଛି।
ଅନ୍ୟ ସୂଚନା ଅନୁସାରେ, ଜିଲ୍ଲାରେ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ହୋଇ ନଥିଲା। ହିତାଧିକାରୀଙ୍କ ପୂର୍ବ ତାଲିକାରୁ ଚଳିତ ବର୍ଷ ୩୭ହଜାର ୬୫୮ପରିବାରକୁ ଆବାସ ମଞ୍ଜୁର ହୋଇଛି। ପୂର୍ବ ତାଲିକା ଅନୁସାରେ ଏବେ ବି ୧୧ହଜାର ହିତାଧିକାରୀ ଆବାସରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ତାଲିକା ୩ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବେଳେ ସେବେଠାରୁ ଆବାସ ଆବେଦନ ପାଇଁ ପ୍ରଶାସନିକକୁ ଅନୁମତି ଦିଆଯାଇନି। ଆବେଦନ ସୁଯୋଗ ଦିଆଗଲେ ତାଲିକା ବଢ଼ିବା ସମ୍ଭାବନା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe